Advertisment

ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳା; ନବୀନଙ୍କ ଗିରଫ ଦାବି କଲେ ମହାଲିଙ୍ଗ

ଗତକାଲି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କରିଥିଲେ ।

ଅଦ୍ୟତନ ହୋଇଛି
Minister Mukesh Mahaling

Minister Mukesh Mahaling

Advertisment

ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ହୁଲୁସ୍ତୁଲ ହେଉଛି ଗୃହ । ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗତକାଲି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କରିଥିଲେ ।  ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଗିରଫ କରିବାକୁ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ କରିଥିବା କହିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Advertisment

ସେପଟେ ଏହାର ଜାବାବ ଦେଇ ମହାଲିଙ୍ଗଙ୍କ ଦାବିକୁ ହାସ୍ୟାସ୍ପଦ କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜିର ନାହିଁ ବୋଲି କହିଥିଲେ ବିଧାୟକ ଅରୁଣ ସାହୁ  ।

ଅନ୍ୟପଟେ ଓଡ଼ିଶାରେ ଶାସନ କରୁଥିଲେ ଫାଇଭ୍ ଟାଉଟର୍ । ଫାଇଭ-ଟାଉଟର ଚୌକିରେ ବସୁଥିଲେ। ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ବିଧାନସଭାରେ କିଛି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ। 

Advertisment

ଓଡ଼ିଶାର ଅସ୍ମିତାକୁ ନେଇ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି ବୋଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗ ପ୍ରସଙ୍ଗ ଉଠାଇ ଗୃହ ଭିତରେ ବିଜେଡି ହଟ୍ଟଗୋଳ କରୁଥିବାବେଳେ ଏଭଳି ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ବି ମନ୍ତ୍ରୀ ସେୟାର କରିଛନ୍ତି। ତେବେ କିଏ ସେହି ଫାଇଭ୍ ଟାଉଟର ତାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା। 

Naveen Patnaik BJD Leader Of Opposition Mukesh Mahaling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ