ଦୁବାଇରେ ମିଶିଲା ମନ, ବାଙ୍କିରେ ବାହାଘର: ଆଶୀର୍ବାଦ ଢାଳିଦେଲେ ପରିବାର

ବାଜିଲା ସାହାନାଇ... ପଡ଼ିଲା ହାତଗଣ୍ଠି । ଗ୍ରାମ ଦେବୀଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ପୁଅକୁ ନେପାଳୀ ଝିଅ ।

Love Marriage

ବାଜିଲା ସାହାନାଇ... ପଡ଼ିଲା ହାତଗଣ୍ଠି । ଗ୍ରାମ ଦେବୀଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ପୁଅକୁ ନେପାଳୀ ଝିଅ । ପ୍ରେମକୁ ନେଇ ଅନେକ କାହାଣୀ ରହିଛି । ହେଲେ ଏ ପ୍ରେମ କାହାଣୀ ଟିକେ ନିଆରା । କଥାରେ ଅଛି ପରା ପ୍ରେମ ଜାତି କି ବୟସ ଦେଖେନି । ଆଉ ଏ ପ୍ରେମ ବି ସେସବୁ ଦେଖିବ ଅବା କେମିତି ।

ରାକେଶ କାମ କରିବାକୁ ଦୁବାଇ ଯାଇଥିଲେ । ସେଠାରେ ଡ୍ରାଇଭର ଭାବେ କାମ କରିବା ବେଳେ ଏକ ମଲରେ ତାଙ୍କର ଜଗତମାୟାଙ୍କ ସହ ଦେଖା ହୋଇଥିଲା । ଆଉ ସେଇଠୁ ଗଢ଼ି ଉଠିଥିଲା ଉଭୟଙ୍କ ପ୍ରେମ ସମ୍ପର୍କ । ଦୁହେଁ ଦୁହିଁଙ୍କୁ ମନ ଦିଆନିଆ ହୋଇଥିଲେ । ଯାହା ଆଜି ସିନ୍ଦୂରର ରୂପ ନେଇଛି ।

ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଂଚାୟତର ଭେଡା ରାମଚନ୍ଦ୍ରପୁର ଗାଁରେ । ଗାଁର ଗ୍ରାମଦେବୀଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ଉଭୟ ପରିବାରର ସହମତିରେ ଜଗତମାୟାଙ୍କ ମଥାରେ ସିନ୍ଦୂର ଭରିଛନ୍ତି ରାକେଶ ।

ନବବଧୂଙ୍କୁ ଆଶୀର୍ବାଦ ଦେବା ପାଇଁ ପରିବାର ସହ ଗାଁର ମୁରବି, ସାହି ପଡ଼ିଶା ଓ ବନ୍ଧୁବାନ୍ଧବ ମନ୍ଦିରରେ ଉପସ୍ଥିତ ଥିଲେ । ଏହି ବାହାଘରକୁ ନେଇ ପରିବାର ଲୋକ ବେଶ୍‌ ଖୁସି ଥିବାବେଳେ ଉଭୟ ରାକେଶ ଓ ଜଗତମାୟା ମଧ୍ୟ ସାତ ଜନମ ପାଇଁ ସାଥୀ ହୋଇ ବେଶ୍‌ ଖୁସି ।