Chief Minister Mohan Majhi
ପୂର୍ବ ସରକାରଙ୍କ ଅମଳରେ ଗଣମାଧ୍ୟମର କଣ୍ଠରୋଧ ହୋଇଥିଲା। କିଛି ଗଣମାଧ୍ୟମ ପୂର୍ବ ସରକାରଙ୍କ HIS MASTERS VOICE ଥିଲେ। ଯିଏ HIS MASTERS VOICE ଅର୍ଥାତ HMV ହେଲେନି ସେମାନଙ୍କୁ କୌଣସି ସରକାରୀ ବିଜ୍ଞାପନ ନଦେବାକୁ ଅଘୋଷିତ ନିର୍ଦ୍ଦେଶ ଥିଲା। ହେଲେ ଏବେ ସେମିତି ହେବନି। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରାଜ୍ୟରେ ଏବେ ଲୋକଙ୍କ ସରକାର, ଏବେ ସେମିତି ପ୍ରତିକୂଳ ପରିବେଶ ନାହିଁ, ଧମକ ନାହିଁ କି କଣ୍ଠରୋଧ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ଭୟ ଖବର କାଗଜର ୧୦ମ ବାର୍ଷିକ ଉତ୍ସବ ଅବସରରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଶୀଷର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728123675.jpg)