ଖାଉଟିଙ୍କୁ ପୁଣି କନ୍ଦାଇଲାଣି ଆଳୁ ଦର, କିଲୋ ପ୍ରତି ବଢ଼ିଲାଣି ୭ ଟଙ୍କା

କେବଳ ଭୁବନେଶ୍ୱର ନୁହେଁ କଟକରେ ବି କିଲୋ ପ୍ରତି ୭ ଟଙ୍କା ବଢିଯାଇଛି ଆଳୁଦର ।

Potato Price Hike

ଖାଉଟିଙ୍କୁ ପୁଣି କନ୍ଦାଇଲାଣି ଆଳୁ ଦର । ଭୁବନେଶ୍ୱରରେ ଆଳୁ କିଲୋ ଏବେ ୩୦ ଟଙ୍କା ରହିଥିବା ଜଣାପଡ଼ିଛି । ଏକ ନମ୍ବର ହାଟ ଖୁଚୁରା ଆଳୁ ବ୍ୟବସାୟୀଙ୍କ କହିବା କଥା, ବଜାରକୁ ନୂଆ ଆଳୁ ଆସିବା ଦିନଠାରୁ ଆଳୁ କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିଲା । ୧୫-୨୦ ଦିନ ତଳେ ଏହା ପ୍ରଥମେ ୨୨ ଟଙ୍କା, ତାପରେ ୨୫ ଟଙ୍କାକୁ ବଢ଼ିଗଲା । ସପ୍ତାହେ ହେଲା ଆଳୁ କିଲୋ ପ୍ରତି ଦର ୩୦ ଟଙ୍କାକୁ ବଢ଼ିଗଲାଣି ।

କେବଳ ଭୁବନେଶ୍ୱର ନୁହେଁ କଟକରେ ବି କିଲୋ ପ୍ରତି ୭ ଟଙ୍କା ବଢିଯାଇଛି ଆଳୁଦର । ଆଳୁ ଏକ ମୁଖ୍ୟ ପରିବା ହୋଇଥିବାରୁ ଦର ଅଧିକ ଦେଇ ଗ୍ରାହକ କିଣିବାକୁ ବାଧ୍ୟ ହେଉଛନ୍ତି । ତେବେ ଆମଦାନୀ ଜାଗାରେ ଦର ବଢ଼ିଥିବା ସଫେଇ ଦେଇଛି ବ୍ୟବସାୟୀ ମହାସଂଘ। ଏବେ ଶୀତଳଭଣ୍ଡାର ଗୁଡିକରେ ଆଳୁ ଲୋଡିଂ ଚାଲୁଥିବା ଯୋଗୁଁ ବଜାର ରେ ଆଳୁ ର ଅଭାବରୁ ଦର ବଢ଼ିଛି । ଶୀତଳଭଣ୍ଡାର ଷ୍ଟକ୍ ଖୋଲିଲେ ଆଳୁ ଦର ହ୍ରାସ ପାଇବ ବୋଲି କହିଛନ୍ତି କଟକ ଛତ୍ରବଜାର ବ୍ୟବସାୟୀ ସଂଘ ।