DGP On Maoist
ଆସନ୍ତା ୨୦୨୬ ସୁଦ୍ଧା ରାଜ୍ୟରେ ମୂଳପୋଛ ହେବେ ମାଓବାଦୀ। ଆଜି ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ। ନକ୍ସଲ ଅଧ୍ୟୁଷିତ ଜିଲ୍ଲାର ଜିଲ୍ଲା ଏସପି ମାନଙ୍କ ସହ ଆଜି ଡିଜିପି ଆଲୋଚନା କରିଥିଲେ। ବିଭିନ୍ନ ରେଞ୍ଜ ଡିଆଇଜି ଏବଂ ଆଇଜି ମାନଙ୍କ ସହ ମଧ୍ୟ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି। କହିଛନ୍ତି, ଆଗାମୀ ଦିନରେ ଆଣ୍ଟି ନକ୍ସଲ ଅପରେସନ କାର୍ଯ୍ୟକ୍ରମକୁ ତ୍ୱରିତ କରିବା ନେଇ ଆଲୋଚନା ହୋଇଛି।
ଆଶା ରହିଛି ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ନକ୍ସଲ ମୂଳ ପୋଛ ହେବ। ଗୃହମନ୍ତ୍ରୀ ଅମିତ ଶାହ ବି ଟାର୍ଗେଟ ଦେଇଛନ୍ତି ନକ୍ସଲ ମୂଳ ପୋଛ ପାଇଁ। ଓଡ଼ିଶା ପୋଲିସ ନକ୍ସଲ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ରାଷ୍ଟ୍ରୀୟ ସ୍ତରରେ ଆମକୁ ମାନ୍ୟତା ମିଳିଛି। ଆମେ ସେ କାମକୁ ଆହୁରି ଆଗକୁ ନେବୁ। ଯେଉଁ ଜିଲ୍ଲାରେ ସମସ୍ୟା ଅଛି ସେ ଜିଲ୍ଲା ଗୁଡ଼ିକ ବିଷୟରେ ଆଲୋଚନା ହେଇଛି ଓ ଖବର ନିଆଯାଇଛି, ସେ ସମସ୍ୟା ସମାଧାନ ହେବ। ଆଗାମୀ ଦିନରେ ନକ୍ସଲ ଅପରେସନ ଜୋରଦାର କରାଯିବ ବୋଲି କହିଛନ୍ତି ଡିଜିପି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725384766.jpg)