ମାଟି ତଳେ ମାଓବାଦୀଙ୍କ ଚାଲ୍
ଭୁଶୁଡ଼ୁଛି ମାଓଗଡ଼। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର। ସବୁଠୁ ମାଓବାଦୀଙ୍କ ଅବସ୍ଥା ଏବେ ସଙ୍କଟରେ। ପୁଳା ପୁଳା ମାଓବାଦୀ ଆତ୍ମସମର୍ପଣ କରିବା ସହ ଅନେକ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏସବୁ ଭିତରେ ଏବେ ମାଓବାଦୀ ମାନେ କେମିତି ଚକ୍ରାନ୍ତ ଚଲାଇଛନ୍ତି ସେ ସବୁ ଘଟଣା ଏବେ ସାମ୍ନାକୁ ଆସୁଛି। ଧରାପଡ଼ିଛି ମାଓବାଦୀଙ୍କ କ୍ୟାମ୍ପ ଓ ସେମାନଙ୍କ ବିଫଳ ପ୍ରୟାସ। ମାଟିତଳେ ନକ୍ସଲ ପୋତି ରଖିଥିଲେ ୬୦୦ ଡିଟୋନେଟର ସହ ରିମୋଟ୍। ଖୋଳି ବାହାର କରିଛି ପୋଲିସ। କନ୍ଧମାଳ ଗୁମା ସଂରକ୍ଷିତ ଜଙ୍ଗଲରେ DVF ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ମାଓବାଦୀ ମାନେ ବିସ୍ଫୋରକ ଲୁଚାଇ ରଖିଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଆରମ୍ଭ ହୋଇଥିଲା ବଡ଼ ଧରଣର ଅପରେସନ। ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ମାଟି ତଳେ ପୋତା ଯାଇଥିବା ସମସ୍ତ ଡିଟୋନେଟର ଜବତ ହୋଇଛି। ଘଟଣା ପରେ ଗୁମା ଜଙ୍ଗଲରେ ସର୍ଚ ଅପରେସନ ଜାରି ରହିଛି।
ଖାଲି ଏହି ଗୋଟିଏ ଘଟଣା ନୁହେଁ। ଏହାପୂର୍ବରୁ ଗତ ସପ୍ତାହରେ ଧରାପଡ଼ିଥିଲା ମାଓବାଦୀଙ୍କ ଆଉ ଏକ ଜଘନ୍ୟକାଣ୍ଡ। ମାଟି ତଳେ ମାଓବାଦୀଙ୍କ ଚାଲ୍। ବଙ୍କର୍ ଖୋଳି ରଚୁଥିଲେ ଆତଙ୍କୀ ଷଡ଼ଯନ୍ତ୍ର। ଝାଡ଼ଖଣ୍ଡ ଚାଇବାସା ଛୋଟାନାଗରାରେ ନକ୍ସଲଙ୍କ ବଡ଼ ଆତଙ୍କବାଦୀ ଯୋଜନାକୁ ଫଣ୍ଡ କରିଛନ୍ତି ସୁରକ୍ଷାବାହିନୀ। IED ଜବତ କରି ନଷ୍ଟ କରିବା ସହ ନକ୍ସଲ ବଙ୍କରକୁ ମଧ୍ୟ ଠାବ କରି ଧ୍ବଂସ କରାଯାଇଛି। ଦେଖନ୍ତୁ କେମିତି, ମାଟି ତଳେ ବଡ଼ ବଡ଼ ବଙ୍କର୍ କରାଯାଇଛି। ଏହି ବଙ୍କର୍ ତଳେ ବିସ୍ଫୋରକ ଖଞ୍ଜିଥିଲେ ନକ୍ସଲ।ଏମିତି ଜଙ୍ଗଲ ଭିତରେ ନକ୍ସଲ ବଙ୍କର୍ କରିଥିଲେ।...ଏଠୁ ସବୁ ବଡ଼ ବଡ଼ ଆତଙ୍କୀ ଯୋଜନା କରୁଥିଲେ ମାଓବାଦୀ ମାନେ। ଏଭଳି ୫ଟି ନକ୍ସଲ ବଙ୍କରକୁ ଠାବ କରି ଧ୍ବଂସ କରିଛନ୍ତି ଯବାନ। ଅପରେସନରେ ଦୁଇଟି IED, ବିସ୍ପୋରଣ ପାଇଁ ବ୍ୟବହାର ସାମଗ୍ରୀ ଏବଂ ଡେଟୋନେଟର ସହ ବିପୁଳ ପରିମାଣର ଅନ୍ୟ ବିସ୍ଫୋରକ ଜବତ ହୋଇଛି।
୨୦୨୬ ସୁଦ୍ଧା ପୁରା ଦେଶରୁ ମାଓ ମୁକ୍ତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆହ୍ବାନ ଦେଇଛନ୍ତି। ଏହି ଧାରାରେ ଏବେ ଜୋରଦାର ଚାଲିଛି ଅପରେସନ୍। ମାଓବାଦୀଙ୍କ ରକ୍ତାକ୍ତ ଯୋଜନାକୁ ଫଣ୍ଡ କରିଚାଲିଛି ସୁରକ୍ଷାବାହିନୀ। ଏମିତିକି କିଛି କିଛି ଅଞ୍ଚଳରେ ଥିବା ଅଳ୍ପ କିଛି କ୍ୟାମ୍ପକୁ ଟାଗେର୍ଟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752752343.jpg)