ବର୍ଷେ ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ବୃଦ୍ଧି ନେଇ କ୍ୟାବିନେଟ କମିଟିର ଅନୁମୋଦନ ମିଳିଛି । ଆସନ୍ତା ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା । ବିଜେପି ସରକାର ଗଠନ ପରେ ଜୁନ ୩୦ରେ ସରିଥିଲା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ।
ଆଉ ସେତେବେଳେ ଡେପୁଟେସନରୁ ଆସି ମୁଖ୍ୟ ସଚିବ ପଦରେ ବସିଥିଲେ ମନୋଜ ଆହୁଜା । ମାତ୍ର ୬ ମାସ ଭିତରେ ନୂଆ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ମନୋଜ ଆହୁଜା । ବିଶେଷ କରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବାରେ ବଡ଼ ଭୂମିକା ନିଭାଇଛନ୍ତି ।
Also Read
ଏ ଭିତରେ ରାଜ୍ୟରେ ପ୍ରଥମ ଥର ନାଭାଲ ଡେ, ଡିଜି ସମ୍ମିଳନୀର ସଫଳ ଆୟୋଜନ ହୋଇଥିବା ବେଳେ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି ।