Advertisment

Historic Work Concludes at Srimandir: ଶ୍ରୀମନ୍ଦିରରେ ଶେଷ ହେଲା ଏହି ବଡ଼ କାମ, ଆସନ୍ତା କାଲିର ତାରିଖ ଲିପିବଦ୍ଧ ହେବ ଇତିହାସରେ

ପ୍ରତୀକ୍ଷାର ଅନ୍ତ ହୋଇଛି। ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଆସନ୍ତା କାଲି ନିଆଯିବ ସ୍ଥାନାନ୍ତରିତ ହୋଇଥିବା ମୂଲ୍ୟବାନ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ନିଆଯିବ । ତେଣୁ ଆସନ୍ତା କାଲି ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

puri

puri

Advertisment

ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା କାଲି ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଏହି ଅଳଙ୍କାର ସ୍ଥାନାନ୍ତର କରାଯିବ l

Advertisment

ଏଥିପାଇଁ ଆସନ୍ତା କାଲି ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ l ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ଏହି ସମୟରେ ବାରଣ ରହିବ l

ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ l ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପରେ ପ୍ରବେଶ କଟକଣା ପ୍ରତ୍ୟାହାର ହେବ ଓ ଦର୍ଶନ ସ୍ୱାଭାବିକ ହେବ l

Advertisment

ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣା ପାଇଁ ଭକ୍ତମାନେ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି l

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ ପାଇଁ ଗତ ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲେ l ଏହାକୁ ରାଜ୍ୟ ସରକାର ଅନୁମୋଦନ କରିବା ସହିତ ପରିଚାଳନା କମିଟିକୁ ସହଯୋଗ ପାଇଁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ସମଗ୍ର ପ୍ରକ୍ରିୟା ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଥିଲେ ରାଜ୍ୟ ସରକାର।

Advertisment

୨୦୨୪ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ସହ ପ୍ରଥମେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ବାହାର ଭଣ୍ଡାର ଭାବରେ ଚାଙ୍ଗଡ଼ା ଘରକୁ ସ୍ଥାନାନ୍ତରିତ ହୋଇଥିଲା l ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା l ଦୀର୍ଘ ବର୍ଷ ପରେ ଖୋଲିଥିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଜିଲ୍ଲା ଟ୍ରେଜେରୀରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାରର ତାଲା ନଖୋଲିବାରୁ ମାର୍ଗଦର୍ଶିକା ଅନୁସାରେ ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ କମିଟିର ଅଧିକୃତ ସଦସ୍ୟମାନେ l କିନ୍ତୁ ସେଦିନ ଭିତର ଭଣ୍ଡାର ଅଳଙ୍କାର ତଥା ସାମଗ୍ରୀ ଗୁଡିକର ସ୍ଥାନାନ୍ତର ସମୟ ସାପେକ୍ଷ ତଥା ପରଦିନ ବାହୁଡା ଯାତ୍ରା ରହିଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା l

ଏହା ପରେ ୨୦୨୪ ଜୁଲାଇ ୧୮ ତାରିଖରେ ଅଧରପଣା ଦିନ ପୁଣି ଥରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ଭିତର-ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଭାବରେ ମାତ୍ର ଦଶ ଫୁଟ ଦୂରତା ମଧ୍ୟରେ ରହିଥିବା ଖଟଶେଜ ଘରକୁ ସ୍ଥାନାନ୍ତର କରାଯାଇଥିଲା l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମାପନ ହେବା ସହ ତାଲା ବନ୍ଦ କରାଯାଇ ସିଲ୍ କରାଯାଇଥିଲା । ଏହି ଚାବିକୁ ଟ୍ରେଜେରୀରେ ରଖାଯାଇଥିଲା l କମିଟିର ଅଧିକୃତ ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ ହୋଇଥିଲା l

୨୦୨୪ ଅଗଷ୍ଟ ୨୩ ତାରିଖରେ ଉଭୟ ଭଣ୍ଡାରର ଖାଲି ଥିବା ଆଲମିରା ତଥା ସିନ୍ଦୁକ ଗୁଡିକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ପରିସରସ୍ଥ ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟସ୍ଥ କୋଠରୀରେ ରଖାଯାଇଥିଲା ।

୪. ପରବର୍ତ୍ତୀ ସୋପାନ ଥିଲା ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ । ସେପ୍ଟେମ୍ବର ମାସ ୧୮ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ) ପକ୍ଷରୁ ରତ୍ନଭଣ୍ଡାରର ପ୍ରାଥମିକ ନିରୀକ୍ଷଣ କରାଯାଇଥିଲା । ଏହାପରେ ସେପ୍ଟେମ୍ବର ୨୧ ଏବଂ ୨୨ ତାରିଖ ଦୁଇଦିନ ଧରି ଏ.ଏସ୍.ଆଇ ପକ୍ଷରୁ ରତ୍ନଭଣ୍ଡାରର ବିସ୍ତୃତ ବୈଜ୍ଞାନିକ ବୈଷୟିକ ସର୍ଭେ କରାଯାଇଥିଲା। ମାର୍ଗଦର୍ଶିକା ଅନୁସାରେ, ରତ୍ନଭଣ୍ଡାରର କୌଣସି ଅଦୃଶ୍ୟ ଚାମ୍ବର, ଜିନିଷ ରଖିବା ସ୍ଥାନ, ଭୂମିତଳେ ସୁଡଙ୍ଗ ଆଦିର ସମ୍ଭାବନାକୁ ନଜରରେ ରଖି ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା । ଏ.ଏସ୍.ଆଇ ପକ୍ଷରୁ ବୈଜ୍ଞାନିକ ଉପାୟରେ କରାଯାଇଥିବା ସର୍ଭେ ପାଇଁ ଯନ୍ତ୍ରପାତି ବ୍ୟବହାର କଲାବେଳେ ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରିବାକୁ କୁହାଯାଇଥିଲା, ଯାହାକୁ ଅନୁପାଳନ କରି ଏ.ଏସ୍.ଆଇ ପକ୍ଷରୁ ସର୍ଭେ କରାଯିବା ସହ ରିପୋର୍ଟ ଦାଖଲ ହୋଇଥିଲା ।

⁠ ASIର ବୈଜ୍ଞାନିକ ସର୍ଭେ ରିପୋର୍ଟ ଆଧାରରେ ୨୦୨୪ ଡିସେମ୍ବର ୧୭ ତାରିଖ ଠାରୁ ଶ୍ରୀଜିଉଙ୍କ ନୀତିବହୁଳ ଦିନ ଗୁଡିକୁ ଛାଡି ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାମ ନିୟମିତ ହୋଇଥିଲା l ଏହି କାର୍ଯ୍ୟ ଚଳିତ ବର୍ଷ ଜୁଲାଇ ୭ତାରିଖରେ ଶେଷ ହୋଇଥିଲା l ଦୀର୍ଘ ୯୫ ଦିନ ଧରି ପ୍ରାୟ ୩୩୩ ଘଣ୍ଟା ଧରି ଏହି ସଂରକ୍ଷଣ କାର୍ଯ୍ୟ ASI ପକ୍ଷରୁ କରାଯାଇଥିଲା।

ଏହା ପରେ ନବଗଠିତ ପରିଚାଳନା କମିଟିର ରତ୍ନଭଣ୍ଡାର ସବ-କମିଟି ନିଷ୍ପତ୍ତି ଅନୁସାରେ ଆସନ୍ତା କାଲି (ସେପ୍ଟେମ୍ବର ୨୩) ସମସ୍ତ ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ଭଣ୍ଡାର ବା ଷ୍ଟ୍ରଙ୍ଗରୁମରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହେବ l

ଅଧିକ ପଢ଼ନ୍ତୁ: ସାଂଘାତିକ ଖୁଲାସା: ନିଜେ ପୋଡ଼ି ହୋଇଥିଲେ ବଳଙ୍ଗା ପୀଡ଼ିତା

Puri Srimandir ASI Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ