Advertisment

Puri Jagannath Temple Ritual: ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଆଜି ମହାପ୍ରଭୁଙ୍କୁ ପଇତା ଲାଗି ନୀତି ହୋଇଥାନ୍ତା। ଏଥିପାଇଁ ସର୍ବ ସାଧାରଣ ଦର୍ଶନ ସନ୍ଧ୍ୟା ୫ଟାରୁ ରାତି ୧୦ ଟାଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥାନ୍ତା। ହେଲେ ମହାସ୍ନାନ ପାଇଁ ନୀତି ବିଳମ୍ବ ହେବା ଯୋଗୁ ସନ୍ଧ୍ୟା ୬ଟାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ  ବୋଲି ଜଣାଯାଇଛି।

puri

puri

Advertisment

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଶ୍ରୀବିଗ୍ରହଙ୍କ ଅବକାଶ ନୀତି ସରି ବେଶ ହେଉଥିବା ବେଳେ ଭିତରକାଠ ନିକଟରେ ଜଣେ ଯବାନଙ୍କ ଗୋଡ଼ରେ କାଚ ପଶିଯାଇଥିଲା।ତାଙ୍କ ଗୋଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ମନ୍ଦିରରେ ଏହି ରକ୍ତ ଛିଟା ପଡିଥିଲା। ଏଣୁ ବିଧି ପରମ୍ପରା ମୁତାବକ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ପଡ଼ିଲା ଶୂନ୍ୟ ଗଣ୍ଠି, ହେବ କି ଚମତ୍କାର ?

ମହାସ୍ନାନ ସମୟରେ ସର୍ବସାଧାରଣ ଦର୍ଶନ କିଛି ସମୟ ଧରି ବନ୍ଦ ରହିଥିଲା। ସ୍ନାନ ସରିବା ପରେ ଏବେ ପୁନର୍ବାର ସର୍ବସାଧାରଣ ଦର୍ଶନ ହେବ।

ସୂଚନେଯୋଗ୍ୟ, ଆଜି ମହାପ୍ରଭୁଙ୍କୁ ପଇତା ଲାଗି ନୀତି ହୋଇଥାନ୍ତା। ଏଥିପାଇଁ ସର୍ବ ସାଧାରଣ ଦର୍ଶନ ସନ୍ଧ୍ୟା ୫ଟାରୁ ରାତି ୧୦ ଟାଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥାନ୍ତା। ହେଲେ ମହାସ୍ନାନ ପାଇଁ ନୀତି ବିଳମ୍ବ ହେବା ଯୋଗୁ ସନ୍ଧ୍ୟା ୬ଟାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ  ବୋଲି ଜଣାଯାଇଛି। 

Advertisment
Puri Puri Jaggannth Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ