Mahanadi Water Dispute
ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା। ଉଭୟ ରାଜ୍ୟର ମୁଖ୍ୟଶାସନ ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରି ଆପୋଷ ବୁଝାମଣା ଦିଗରେ କଥା ଆଗକୁ ବଢିଛି। ସମାଧାନ ପାଇଁ ଉଭୟ ପକ୍ଷ ରାଜି ଥିବାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲକୁ ଅବଗତ କରାଇଛନ୍ତିl
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ସୌହାର୍ଦ୍ଦପୂର୍ଣ୍ଣ ଭାବରେ ମହାନଦୀ ଜଳ ବିବାଦର ସମାଧାନ କରାଯିବାକୁ ଉଦ୍ୟମ କରାଯାଉଛି। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବ ପାଇଥିବା ମଧ୍ୟ ଚିଠିରେ ଲେଖିଛନ୍ତି ବିଷ୍ଣୁଦେଓ ସାଏ। ତେଣୁ ସୌହାର୍ଦ୍ଦପୂର୍ଣ୍ଣ ଭାବେ ମହାନଦୀ ବିବାଦ ସମାଧାନ ହୋଇପାରେ ବୋଲି ଆଶା କରାଯାଇପାରେ। ଟ୍ରିବ୍ୟୁନାଲରେ ଦୁଇ ରାଜ୍ୟ ମୁହାଁମୁହିଁ ଭିତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଚିଠି ବିବାଦ ସମାଧାନ ଦିଗରେ ଆଶା ସୃଷ୍ଟି କରିଛି।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବରୁ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀସ୍ତରୀୟ ଅନୌପଚାରିକ ଆଲୋଚନା ହୋଇଥିଲା। ଉଭୟ ରାଜ୍ୟର ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲକୁ ଗତ ଶୁଣାଣିରେ ଅବଗତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754122646.jpg)