Advertisment

Mahanadi Dispute: ଆଜି ଟ୍ରିବ୍ୟୁନାଲରେ ଶୁଣାଣି

ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ହେବ ଟ୍ରିବ୍ୟୁନାଲରେ ହେବ ଶୁଣାଣି। ମହାନଦୀ ବିବାଦର ସମାଧାନ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ଗତକାଲି ଭୁବନେଶ୍ୱରରେ ଆୟୋଜିତ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ପାରିତ ହୋଇଛି।

Mahanadi River Dispute

Mahanadi River Dispute

Advertisment

ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ହେବ ଟ୍ରିବ୍ୟୁନାଲରେ ହେବ ଶୁଣାଣି। ଏହା ପୂର୍ବରୁ ଛତିଶଗଡ଼ ସହିତ ଲାଗି ରହିଥବା ମହାନଦୀ ଜଳ ବିବାଦର ସମାଧାନ ଲାଗି ଗତକାଲି ଡକାଯାଇଥିଲା ସର୍ବଦଳୀୟ ବୈଠକ। ଭୁବନେଶ୍ବରରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସଦସ୍ୟ ଯୋଗ ଦେଇଥିଲେ। ମହାନଦୀ ବିବାଦର ସମାଧାନ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି। 

Advertisment

ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବରୁ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀସ୍ତରୀୟ ଅନୌପଚାରିକ ଆଲୋଚନା ହୋଇସାରିଛି। ଉଭୟ ରାଜ୍ୟର ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲକୁ ଗତ ଶୁଣାଣିରେ ଅବଗତ କରିଥିଲେ। ଉଭୟ ପକ୍ଷ ଅଗଷ୍ଟ ମାସ ମଧ୍ୟରେ ବିବାଦର ସମାଧାନର ଅଗ୍ରଗତି ବିଷୟରେ ଟ୍ରିବ୍ୟୁନାଲକୁ ଜଣାଇବା ପରେ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି କରିବେ ବୋଲି ଧାର୍ଯ୍ୟ ହୋଇଥିଲା। ଏହି କ୍ରମରେ ଆଜି ଶୁଣାଣି କରିବେ ଟ୍ରିବ୍ୟୁନାଲ।

ଅନ୍ୟପଟେ ମହାନଦୀ ଜଳ ବିବାଦର ସମାଧାନ ଲାଗି ଗତକାଲି ଡକାଯାଇଥିଲା ସର୍ବଦଳୀୟ ବୈଠକ। ଭୁବନେଶ୍ବରରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ। ଏଥିସହ ବିଭିନ୍ନ ସାମାଜିକ ସଂଗଠନ ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ଆଲୋଚନା ସଭାରେ ୫ଟି ପ୍ରସ୍ତାବ ପରିତ ହୋଇଛି। ମହାନଦୀ ଜଳ ବିବାଦ ସମାଧାନ ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ପତ୍ର ଦିଆଯିବ। ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ମଧ୍ୟସ୍ଥିରେ ଉଭୟ ରାଜ୍ୟର ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦିଆଯିବ। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି।

Advertisment
Mahanadi Water Dispute Mahanadi Tribunal Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ