IIC Accused of Cheating Woman: ମହଙ୍ଗା ପଡ଼ିଲା ଧୋକା; ରସିକିଆ ପୋଲିସ ବାବୁଙ୍କୁ ଏକ୍ସପୋଜ କରିଦେଲେ ମହିଳା ହୋମଗାର୍ଡ

ପୋଲିସ ବାବୁ ଜଣକ ପ୍ରଥମେ ବାହାଘରର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ତାପରେ ବିବାହ କରିବାକୁ ମନାକରି ଦେଲେ ପୋଲିସ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କୁଜଙ୍ଗ ଥାନା IIC ତପନ ନାହାକଙ୍କ ବିରୁଦ୍ଧରେ ।

ପୋଲିସ ବାବୁଙ୍କ ଲଭ୍- ସେକ୍ସ-ଧୋକା !

ମହଙ୍ଗା ପଡିଲା ପୋଲିସ ବାବୁଙ୍କ ପ୍ରେମ ଲୀଳା । ଯେଉଁ ଗାଡ଼ିରେ ବସି ଅପରାଧୀଙ୍କୁ ଧରୁଥିଲେ ସେହି ଗାଡ଼ିରେ ଅପରାଧି ହୋଇ ବସିଲେ ପୋଲିସ ବାବୁ । ପୋଲିସ ବାବୁଙ୍କୁ ଘାରିଥିଲା ପ୍ରେମ ନିଶା । ସବୁଦିନ ବର୍ଦ୍ଦି ପିନ୍ଧି ଥାନାକୁ ଆସୁଥିଲେ । ହେଲେ କାମ କରିବା ବଦଳରେ ପ୍ରେମରେ ଉବୁଟୁବୁ ହେଉଥିଲେ ।

ନିଜ ଡିପାର୍ଟମେଣ୍ଟର ଜଣେ ମହିଳା ହୋମଗାର୍ଡଙ୍କ ସହ ଚଲାଇଥିଲେ ପ୍ରେମ । ପ୍ରଥମେ ବାହାଘରର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ତାପରେ ବିବାହ କରିବାକୁ ମନାକରି ଦେଲେ ପୋଲିସ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କୁଜଙ୍ଗ ଥାନା IIC ତପନ ନାହାକଙ୍କ ବିରୁଦ୍ଧରେ ।

ଆଉ ଖୋଦ୍ ମହିଳା ହୋମଗାର୍ଡ ଜଣକ ରସିକିଆ ପୋଲିସ ବାବୁଙ୍କୁ ଏକ୍ସପୋଜ କରିଛନ୍ତି । ମହିଳାଙ୍କ ଇଜ୍ଜତ ସହ ଖେଳିଥିଲେ ସମ୍ପୃକ୍ତ IIC ବାବୁ । କିନ୍ତୁ ବିବାହ କଥା ଉଠାଇବାରୁ ଧରାଛୁଆଁ ଦେଉନଥିଲେ । ତେଣୁ ଶେଷରେ ମହିଳା ହୋମଗାର୍ଡ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଥିଲେ । ଆଉ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ ।

ତେବେ ଏହାପରେ ଫେରାର ଅପରାଧିଙ୍କୁ ଧରୁଥିବା ଅଭିଯୁକ୍ତ ଥାନା ଅଧିକାରୀ ଫେରାର ହୋଇ ଯାଇଥିଲେ । ତେବେ ଜଗତସିଂହପୁର ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତାଙ୍କୁ ଖୋର୍ଦ୍ଧାରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ । ଆଉ ଉଭୟଙ୍କୁ ଏକ ୯ ଜଣିଆ ଟିମ ଜେରା କରିଛି । ସମୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

ସେପଟେ ଏହି ସାଂଘାତିକ ଅଭିଯୋଗ ନେଇ ତଦନ୍ତ ଚାଲୁଥିବା କହିଛନ୍ତି ଜଗତସିଂହପୁର ଏସପି । ଅନ୍ୟପଟେ ଏନେଇ ସଂପୃକ୍ତ IIC ଓ ମହିଳା ହୋମଗାର୍ଡଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଭିଯୋଗ ପଛରେ କେତେ ସତ୍ୟତା ଅଛି ସେନେଇ ଖୋଳତାଢ ଆରମ୍ଭ ହୋଇଛି ।

ରିପୋର୍ଟ :(ମାନସ କାନୁନଗୋ)

ଅଧିକ ପଢ଼ନ୍ତୁ:  ଟିନ୍ ଏଜ୍ ଲଭ୍‌ର ଭୟଙ୍କର କାହାଣୀ...ପ୍ରେମିକାକୁ ଭିଡିଓ କଲ୍ କରି ନଦୀକୁ ଡେଇଁ ପଡ଼ିଲେ ପ୍ରେମିକ