Advertisment

Bhubaneswar Lingaraj Temple: ବାହାରୁନି ନିଷ୍କର୍ସ; ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।

ଅଦ୍ୟତନ ହୋଇଛି
lingaraj temple

lingaraj temple

Advertisment

ସେବାୟତଙ୍କ ବିବାଦ ପାଇଁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଦୁଇଦିନ ହେବ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ। ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି। ବିବାଦ ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ। ଆଜି ଆଇନମନ୍ତ୍ରୀଙ୍କ ଘରେ ବସିଥିବା ବୈଠକରେ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ପୁଣି ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ବସିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ମହାସୁଆର ନିଯୋଗ ଓ ବଡୁ ସେବାୟତ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ନେଇ ଆଜି ସକାଳେ ଆଇନ ମନ୍ତ୍ରୀଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଓ ଆଇନ ବିଭାଗ ସଚିବ ଉପସ୍ଥିତ ଥିଲେ। ହେଲେ ବୈଠକରେ ବ୍ରାହ୍ମଣ ନିଯୋଗ ଯୋଗ ଦେଇନଥିଲେ। ବୈଠକରେ କିଛି ଘଣ୍ଟା ଧରି ମାନସମନ୍ଥନ କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିଲା।

ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତିବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।

Advertisment

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ତିନି ଦିନ ଧରି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିବା ଦୁର୍ଭାଗ୍ୟଜନକ। ଯଦି କୌଣସି ସମସ୍ୟା ଅଛି ଆଲୋଚନା କରିବା କଥା। ଆଲୋଚନା ନ କରି ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିବା ଠିକ୍ ନୁହେଁ। ତର୍ଜମା ପରେ ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅଧିକ ପଢନ୍ତୁ: ଲିଙ୍ଗରାଜ ମନ୍ଦିର ଭିତରେ ଭିଡିଓ କରି ଫସିଗଲେ ଶିଳ୍ପା ସେଟ୍ଟୀ !

Bhubaneswar Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ