Puri
ଆସନ୍ତାକାଲି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର। ସ୍ଥାୟୀ ରତ୍ନଭଣ୍ଡାରକୁ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ।
ଏଥିପାଇଁ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏହାପରେ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ।
ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯିବ। ରତ୍ନଭଣ୍ଡାର ସ୍ଥାନାନ୍ତର ସମାପନ ପରେ ପ୍ରତ୍ୟାହାର ହେବ କଟକଣା ତଥା ଭକ୍ତଙ୍କ ଦର୍ଶନ ସ୍ୱାଭାବିକ ହେବ । ତେବେ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Puri_1758525600.jpg)