Rungta Mines
ରୁଙ୍ଗଟା ମାଇନ୍ସ କାରାଖାନାରେ ପଡ଼ିଲା ତାଲା । ଢେଙ୍କାନାଳ ଝାଡବନ୍ଧସ୍ଥିତ ରୁଙ୍ଗଟା ମାଇନ୍ସ କାରାଖାନା ମୁଖ୍ୟ ଗେଟରେ ତାଲା ପଡ଼ିଛି । ତାଲା ପକାଇଛନ୍ତି କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ବ୍ରାହ୍ମଣୀ ଟ୍ରକ୍ ମାଲିକ ସଂଘ । କାରଖାନା ଦ୍ୱାରା ଜମି ହରାଇଥିବା ପ୍ରଜା ଓ ସେହି ଅଞ୍ଚଳରେ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଟ୍ରକ୍ ମାଲିକ ଏକା ସାଙ୍ଗରେ ଧାରଣାରେ ବସିଛନ୍ତି ।
କମ୍ପାନୀ ଦ୍ୱାରା ନିଜର ସବୁ କିଛି ହରାଇଥିବା ପ୍ରଜାମାନଙ୍କୁ କମ୍ପାନୀରେ ଚାକିରି ନ ଦିଆଯାଇ ବାହାର ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ ହୋଇଛି । ଏଥିସହ ସ୍ଥାନୀୟ ଟ୍ରକ୍ ଗୁଡିକୁ କାମରେ ନଲଗାଇ ବାହାର ରାଜ୍ୟର ଟ୍ରକ୍ ଗୁଡିକୁ ଏଠାରେ ନିୟୋଜିତ କରାଯାଉଛି ବୋଲି ଅଭିଯୋଗ ହୋଇଛି ।
ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଉଭୟ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ବ୍ରାହ୍ମଣୀ ଟ୍ରକ୍ ମାଲିକ ସଂଘ । ଘଟଣାସ୍ଥଳରେ ହିନ୍ଦୋଳ ଉପଜିଲ୍ଲାପାଳ, ଅତିରିକ୍ତ ଏସପିଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ଉଭୟ ସଂଘ ଓ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ତେବେ ଏନେଇ ରୁଙ୍ଗଟା ମାଇନ୍ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724498912.jpg)