Advertisment

Protest Over Coastal Safety: ସୌନ୍ଦର୍ଯ୍ୟକରଣ ପାଇଁ ବଳି ପଡୁଛି ଝାଉଁ ଗଛ; ସ୍ଥାନୀୟ ଲୋକଙ୍କ ବିରୋଧ

ଝାଉଁ ଓ ହେନ୍ତାଲ ବଣ ଯୋଗୁଁ ଗତ ଥର ବାତ୍ୟା ‘ଦାନା’ ପ୍ରଭାବ ପକାଇ ପାରିଲାନି। ଭିତରକନିକାରେ ଲ୍ୟାଣ୍ଡ ପରେ ଧିମେଇଥିଲା। ଏସବୁ ପରେ ବି ଯଦି କୋଣାର୍କରୁ ଝାଉଁ ବଣ କଟା ଯାଏ ତାହେଲେ ଏହାର ପ୍ରଭାବ କଣ ହେବ ସହଜରେ ଅନୁମେୟ।

ଅଦ୍ୟତନ ହୋଇଛି
Konark

Konark

Advertisment

ସମୁଦ୍ରର ସୁରକ୍ଷା ପାଇଁ ଝାଉଁ ବଣ ବେଶ୍ ଗୁରୁତ୍ବବହନ କରେ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ବାତ୍ୟା, ଜୁଆରକୁ ବର୍ଷ ବର୍ଷ ଧରି ପ୍ରତିହତ କରୁଥିବା ଝାଉଁ ବଣକୁ ଏବେ କଟା ଯାଉଛି। ସୌନ୍ଦର୍ଯ୍ୟକରଣ ପାଇଁ ୮୭୫ ଝାଉଁ ଗଛ ଏବେ ପଡ଼ିଛନ୍ତି ବଳି। ତାସହ ସମୁଦ୍ରକୂଳରେ ଥିବା ଉଚ୍ଚା ବାଲି ଗଦାକୁ ବି ମାଟିରେ ମିଶାଇବାକୁ ଚାଲିଛି ପ୍ରୟାସ। ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ।

Advertisment

ବାଲିରେ ଲୋଟୁଛି ଝାଉଁ ଗଛ। କଟା ଚାଲିଛି, କଢ଼ା ଚାଲିଛି। ସମୁଦ୍ରକୂଳରେ ଝାଉଁ ଗଛ ଲଗାଇବାକୁ ଯୋଜନା ହେଉଥିବା ବେଳେ ଏଠି କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ଅଞ୍ଚଳରେ ଗୋଟେ ପରେ ଗୋଟେ ଗଛକୁ କାଟୁଛି ପୂର୍ତ୍ତ ବିଭାଗ। ଚନ୍ଦ୍ରଭାଗା ବେଳାଭୂମିକୁ ସୌନ୍ଦର୍ଯ୍ୟକରଣ କରିବାକୁ ଚାଲିଛି ଏସବୁ କାମ।

୨୦୨୩ରୁ ୪୪ କୋଟିରୁ ଅଧିକ ବ୍ୟୟରେ ହେଉଥିବା ସୌନ୍ଦର୍ଯ୍ୟକରଣରେ ଚନ୍ଦ୍ରଭାଗା ଛକରୁ ପୁରୀ ଦିଗକୁ ୬ ଶହ ମିଟର ପାଇଁ ବଳି ପଡ଼ିବେ ୮୭୫ ଛାଉଁ ଗଛ। ଯାହାକୁ ନେଇ ଏବେ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ଲୋକେ ଓ ଭୁତତ୍ତ୍ବବିତ୍ତ। ଏପରିକି ଗଛ କଟା ଯିବା ବେଳେ ଏହାକୁ ବିରୋଧ ବି କରିଛନ୍ତି।

Advertisment

କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସନ୍ତି। ଭୌଗୋଳିକ ଓ ପ୍ରାକୃତିକ ଦୃଷ୍ଟିକୋଣରୁ ଏହି ମେରାଇନ୍ ଡ୍ରାଇଭରେ ଥିବା ଝାଉଁ ଗଛ ଓ ପ୍ରାକୃତିକ ବାଲି ଗଦା ବେଶ ଗୁରୁତ୍ବବହନ କରୁଛି। କିନ୍ତୁ ସୌନ୍ଦର୍ଯ୍ୟକରଣ ପାଇଁ ଏବେ ଏହି ଦୁଇଟି ମାଟିରେ ମିଶିବେ। ଝାଉଁ ଗଛକୁ କଟା ଯାଉଛି ଆଉ ବାଲିକୁ ରାସ୍ତା ସହ ସମତୁଳ କରାଯାଉଛି।

ସମୁଦ୍ର ପତ୍ତନରୁ ଏହା ପାଖାପାଖି ୫ ମିଟର ଯାଏଁ ବାଲି ଗଦା ରହିଛି ଏସବୁ ଯଦି ସମତୁଳ ହୋଇଯିବ ତାହେଲେ ଜୁଆର, ଲୁଣା ପାଣି ପ୍ରଭାବକୁ ଅଟକା ଯାଇ ପାରିବନି। ଖାଲି ସେତିକି ନୁହେଁ ବାତ୍ୟା ବେଳେ ଏହାର ସିଧା ପ୍ରଭାବ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଉପକୂଳ ଅଞ୍ଚଳରେ ପଡ଼ିପାରେ। ଅପରପକ୍ଷେ, ପୂର୍ତ୍ତ ବିଭାଗ କହିଛି ଯେତିକି ଗଛ କଟାଯିବ ଏହାର ଦୁଇ ଗୁଣ ଗଛ ଲାଗିବ।

Advertisment

ଝାଉଁ ଓ ହେନ୍ତାଲ ବଣ ଯୋଗୁଁ ଗତ ଥର ବାତ୍ୟା ‘ଦାନା’ ପ୍ରଭାବ ପକାଇ ପାରିଲାନି। ଭିତରକନିକାରେ ଲ୍ୟାଣ୍ଡ ପରେ ଧିମେଇଥିଲା। ଏସବୁ ପରେ ବି ଯଦି କୋଣାର୍କରୁ ଝାଉଁ ବଣ କଟା ଯାଏ ତାହେଲେ ଏହାର ପ୍ରଭାବ କଣ ହେବ ସହଜରେ ଅନୁମେୟ।

Puri Coastal Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ