Advertisment

ମୌସୁମୀ ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା

ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା। ଆସୁଛି ମୌସୁମୀ ବର୍ଷା। ଚାରି ଆଡେ ବର୍ଷା ଜଳରେ ଜଳମଗ୍ନ ହେବ ସହର।

Drainage Issue

Drainage Issue

Advertisment

ଆସୁଛି ମୌସୁମୀ ବର୍ଷା, ସଫା ହୋଇନି ମହାନାଳ। ବର୍ଷା ପୂର୍ବରୁ ନାଳ ସଫା ନହେଲେ ସବୁ ବର୍ଷ ଭଳି ଏଥର ବି ବୁଡି ଯିବ ବାଲେଶ୍ୱର ସହର। ଏଥିପାଇଁ ତତ୍ପର ହୋଇଛନ୍ତି ନବନିର୍ବାଚିତ ବିଜେପି ବିଧାୟକ ମାନସ ଦତ୍ତ। ସମୀକ୍ଷା ପରେ ତୁରନ୍ତ ନାଳ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା। ଆସୁଛି ମୌସୁମୀ ବର୍ଷା। ଚାରି ଆଡେ ବର୍ଷା ଜଳରେ ଜଳମଗ୍ନ ହେବ ସହର। ଜଳ ନିଷ୍କାସନ ପାଇଁ ମହାନାଳର ଏଯାଏ ହୋଇନି ସଫେଇ। ଆଉ ଜଳ ନିଷ୍କାସନ ନ ହୋଇପାରିଲେ ବୁଡ଼ିବ ଦୋକାନ ବଜାର। ଘରେ ମଧ୍ୟ ପାଣି ପଶିବ। ବାଲେଶ୍ୱରରେ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ଅସରାଏ ବର୍ଷାରେ ବି ବୁଡି ଯାଏ ସହରର ତଳିଆ ଅଞ୍ଚଳ। ସହରବାସୀ ପ୍ରତ୍ୟେକ ବର୍ଷ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସହରର ବିଭିନ୍ନ ନାଳ ଓ ମହାନାଳ ସବୁ ଆବର୍ଜନାରେ ପୋତି ହୋଇଯାଇଛି। ବର୍ଷା ପୂର୍ବରୁ ନାଳ ଗୁଡ଼ିକ ସଫା ହୋଇନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ।

ଏପଟେ ନୂଆ ସରକାର ଶପଥ ନ ନେଉଣୁ ନବନିର୍ବାଚିତ ବିଜେପି ବିଧାୟକଙ୍କୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀଙ୍କୁ ଡାକି ନିଜେ ବୁଲି ବୁଲି ସବୁ କିଛି ସମୀକ୍ଷା କରିଛନ୍ତି ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତ। ବର୍ଷା ପୂର୍ବରୁ ଡ୍ରେନ୍ ଗୁଡ଼ିକ ସଫା କରାଯିବ ଏବଂ ଜଳ ନିଷ୍କାସନରେ ଯେଭଳି କୌଣସି ସମସ୍ୟା ନଉପୁଯିବ ସେଥିପ୍ରତି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବାଲେଶ୍ୱର ସହରବାସୀଙ୍କ ପାଇଁ ଡ୍ରେନେଜ୍ ସମସ୍ୟା କିଛି ନୂଆ କଥା ନୁହେଁ। ହେଲେ ଏଥର ନୂଆ ବିଧାୟକଙ୍କ ତତ୍ପରତା ଲୋକଙ୍କ ମନରେ ଆଶା ସଞ୍ଚାର କରିଛି।

(ରିପୋର୍ଟ-ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା)

Drainage Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ