Advertisment

ବାବୁଙ୍କ ସୌଖୀନ ଜୀବନଶୈଳୀ, ଘର ମରାମତିରେ ନେତାଙ୍କୁ ବଳିଯାଇଛନ୍ତି ସରକାରୀ ବାବୁ

ବାବୁ ମାନଙ୍କ ସରକାରୀ କ୍ୱାର୍ଟର ମରାମତିରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଣ୍ଟାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅଦ୍ୟତନ ହୋଇଛି
Lavish Spending on Official Quarters

Lavish Spending on Official Quarters

Advertisment

ବାବୁଙ୍କ କ୍ୱାର୍ଟରରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ନେତାଙ୍କ ଠାରୁ ବାବୁଙ୍କ ସରକାରୀ ଘର ମରାମତିରେ ହୋଇଛି ଅଧିକ ବ୍ୟୟ। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଣ୍ଟାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ସାମ୍ନାକୁ ଆସିଛି ବାବୁଙ୍କ ସୌଖୀନ ଜୀବନଶୈଳୀ। ନେତାଙ୍କ ଠାରୁ ବାବୁଙ୍କ ସରକାରୀ ଘର ମେଣ୍ଟେନାନ୍ସରେ ଖର୍ଚ୍ଚ ହେଉଥିଲା ଅଧିକ ଟଙ୍କା ।

Advertisment

ବିଧାନସଭାରେ ଏକ ପ୍ରଶ୍ନରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲକ୍ଷେ କି ୨ ଲକ୍ଷ ନୁହେଁ ବାବୁ ମାନଙ୍କ ସରକାରୀ କ୍ୱାର୍ଟର ମରାମତିରେ ଖର୍ଚ୍ଚ ହୋଇଛି ୩୦ରୁ ୩୭ ଲକ୍ଷ ଟଙ୍କା। ୨୦୨୨ରୁ ୨୦୨୪ ଅର୍ଥାତ ୨ ବର୍ଷରେ ସର୍ବାଧିକ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଆଇଏସ ଜଳଦ ତ୍ରିପାଠୀଙ୍କ କ୍ୱାର୍ଟରରେ । ଦ୍ୱିତୀୟରେ ଅଛନ୍ତି ଆଇପିଏସ ୱାଇ.କେ.ଜେଠୱା। ତାଙ୍କ କ୍ୱାର୍ଟରରେ ୨ ବର୍ଷରେ ଖର୍ଚ୍ଚ ହୋଇଛି୨୮ ଲକ୍ଷ ଟଙ୍କା।

ତା ତଳକୁ ରହିଛନ୍ତି ଓଏଏସ ପିକେ ମହାପାତ୍ର, ଯାହାଙ୍କ କ୍ୱାର୍ଟର ବାବଦକୁ ଖର୍ଚ୍ଚ ହୋଇଛି ୨୬ ଲକ୍ଷ ୫୯ ହଜାର  ଟଙ୍କା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିଥିବା ଓଏଏସ ଆଦିତ୍ୟ ମହାପାତ୍ରଙ୍କ କ୍ୱାର୍ଟରରେ ଖର୍ଚ୍ଚ ହୋଇଛି, ୨୩ ଲକ୍ଷ ୭୧ ହଜାର । ଆଇପିଏସ ଆଶିଷ ସିଂଙ୍କ କ୍ୱାର୍ଟର ବାବଦ ଖର୍ଚ୍ଚ ୧୮ ଲକ୍ଷ ୯୫ ହଜାର ଏବଂ ଆଇପିଏସ ଆର.କେ.ଶର୍ମାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୩ ଲକ୍ଷ ୩୮ ହଜାର।

Advertisment

ଆଇପିଏସ ସଞ୍ଜୟ କୁମାର ୨୧ ଲକ୍ଷ ୪୭ ହଜାର, ଆଇଏଏସ ଭିବି ଯାଦବ, ଉପେନ୍ଦ୍ର ତ୍ରିପାଠୀ, ବିଶାଲ କୁମାର ଦେବଙ୍କ କ୍ୱାର୍ଟର ବାବଦକୁ ୨୦ ଲକ୍ଷ ଲେଖାଁଏ ଖର୍ଚ୍ଚ କରିଛନ୍ତି ସରକାର । ଆଇଏଏସ ସତ୍ୟବ୍ରତ ସାହୁ, ଆଇପିଏସ ନରସିଂହ ଭୋଳଙ୍କ କ୍ୱାର୍ଟରରେ ୨ ବର୍ଷରେ ୧୭ ଲକ୍ଷ ଖର୍ଚ୍ଚ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଏଏସ ଗୋପବନ୍ଧୁ ଦାସଙ୍କ କ୍ୱାର୍ଟର ବାବଦକୁ ୧୬ ଲକ୍ଷ ଟଙ୍କା । ଆଇପିଏସ ଆର କେ ଶର୍ମା, ଉମାଶଙ୍କର ଦାସ ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କ୍ୱାର୍ଟରରେ ଖର୍ଚ୍ଚ ହୋଇଛି ୧୫ ଲକ୍ଷ ଟଙ୍କା। 

Odisha Assembly Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ