Advertisment

Vehicle: ପାଖରେ ଅଛି କି ୨୦ ବର୍ଷର ପୁରୁଣା ଗାଡ଼ି? ଗଣିବେ ଅଧିକ ତଣ୍ଡ

BS-II ନିର୍ଗମନ ନିୟମ ପୂର୍ବର ପୁରୁଣା ଗାଡ଼ି ରେଜିଷ୍ଟ୍ରେସନ ନବୀକରଣକୁ ନିରୁତ୍ସାହିତ କରିବାକୁ ପରିବହନ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
vehicle

vehicle

Advertisment

ମହଙ୍ଗା ହେବ ପୁରୁଣା ଗାଡ଼ି ପୁନଃ ପଞ୍ଜୀକରଣ। ୨୦ ବର୍ଷର ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ରିନ୍ୟୁ ପାଇଁ ଗାଡ଼ି ମାଲିକଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ଏନେଇ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏକ ଡ୍ରାଫ୍ଟ ନୋଟିଫିକେସନ ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ଗାଡ଼ିର ପଞ୍ଜୀକରଣ ରିନ୍ୟୁ ପାଇଁ ଅଧିକ ଟଙ୍କା ବ୍ୟବସ୍ଥା କରାଯାଇଛି।

Advertisment

BS-II ନିର୍ଗମନ ନିୟମ ପୂର୍ବର ପୁରୁଣା ଗାଡ଼ି ରେଜିଷ୍ଟ୍ରେସନ ନବୀକରଣକୁ ନିରୁତ୍ସାହିତ କରିବାକୁ ପରିବହନ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ୨୦ ବର୍ଷର ପୁରୁଣା ବାଇକର ରେଜିଷ୍ଟ୍ରେସନ ନବୀକରଣ ପାଇଁ ୨ ହଜାର ଟଙ୍କା ଦେବାକୁ ପଡ଼ିବ।୨୦ ବର୍ଷ ପୁରୁଣା କାର ପାଇଁ ରି-ରେଜିଷ୍ଟ୍ରେନ ଚାର୍ଜ ରହିବ ୧୦ ହଜାର ଟଙ୍କା।

ସେହିପରି ମଧ୍ୟମ ଓ ବଡ଼ ବ୍ୟାବସାୟିକ ଗାଡ଼ି ପାଇଁ ମଧ୍ୟ ରି-ରେଜିଷ୍ଟ୍ରେସନ ଫି' ଅଧିକ କରାଯାଇଛି । ୧୫ ବର୍ଷ ପୁରୁଣା ମଧ୍ୟମ ଧରଣର ବ୍ୟାବସାୟିକ ଗାଡ଼ି ପାଇଁ ୧୨ ହଜାର, ହେଭି ଭେଇକିଲ୍ ପାଇଁ ୧୮ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ତେବେ ୨୦ ବର୍ଷ ପୁରୁଣା ବ୍ୟବସାୟିକ ଗାଡ଼ି ପାଇଁ ୨ ଗୁଣା ଅର୍ଥାତ ୨୪ ହଜାର ଓ ୩୬ ହଜାର ଟଙ୍କା ନବୀକରଣ ଚାର୍ଜ ଦେବାକୁ ହେବ। ତେବେ ଏହାକୁ ପ୍ରତ୍ୟାହାର ପାଇଁ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଦାବି କରିଛି ।

Advertisment

ଅଧିକ ପଢ଼ନ୍ତୁ:୮ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଥିଲେ, କରାଇ ନିଅନ୍ତୁ ଏହି ସବୁ ଟେଷ୍ଟ . . ନଚେତ୍।

Odisha News Odisha Government Motor Vehicles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ