Advertisment

Water Supply: କେନ୍ଦ୍ରାପଡ଼ାରେ ପାନୀୟ ଜଳ ପ୍ରକଳ୍ପ, ପାଣି ପିଉଛନ୍ତି ଭଦ୍ରକ ଜିଲ୍ଲାବାସୀ...

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଖରସ୍ରୋତା ନଦୀର ବରୁଣାଡ଼ିଆଠାରେ ମେଗା ପାନୀୟ ଜଳ ପ୍ରକଳ୍ପ। କିନ୍ତୁ ପ୍ରକଳ୍ପରୁ ପାଣି ଯାଇ ପହଞ୍ଚିଛି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ ଚାନ୍ଦବାଲି, ତିହିଡ଼ି, ବାସୁଦେବପୁର ଓ ଧାମନଗରରେ।

ଅଦ୍ୟତନ ହୋଇଛି
Kendrapara Mega Water Supply

Kendrapara Mega Water Supply

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ହୋଇ, ପାଣି ଯାଉଛି ଭଦ୍ରକ ଜିଲ୍ଲାକୁ। ଆଜିକୁ ପ୍ରାୟ ୬ ମାସ ହେବ ମେଗା ପ୍ରକଳ୍ପ ପାଣି ପିଉଛନ୍ତି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ ବାସିନ୍ଦା। ଏପଟେ କିନ୍ତୁ ଉତ୍କଟ ଜଳ ସମସ୍ୟା ଭିତରେ ଖୋଦ୍ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଏବଂ ରାଜକନିକା ବ୍ଲକର ଲୋକେ। ସେମାନଙ୍କ ଅଭିଯୋଗ, ସେମାନଙ୍କ ଅଞ୍ଚଳରୁ ପାଣି ଅନ୍ୟ ଜିଲ୍ଲାକୁ ଯାଉଥିବା ବେଳେ ନିଜ ଜିଲ୍ଲା ପାଇଁ ତିଆରି ହେଉଥିବା ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଯାହା ପାଇଁ ଏବେ ଖରାଦିନେ, ପାଣି ଲାଗି ହନ୍ତସନ୍ତ ହେଉଛନ୍ତି ହଜାର ହଜାର ପରିବାର।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ, ପାଣି ପିଉଛନ୍ତି ଭଦ୍ରକ ଜିଲ୍ଲାବାସୀ। ଯେଉଁ ଜିଲ୍ଲାରେ ପ୍ରକଳ୍ପ ସେ ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ପରେ ବି ମିଳିନି ପିଇବା ପାଣି। କଥାଟା ଅଜବ ଲାଗୁଥିଲେ ବି ସତ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଖରସ୍ରୋତା ନଦୀର ବରୁଣାଡ଼ିଆଠାରେ ମେଗା ପାନୀୟ ଜଳ ପ୍ରକଳ୍ପ। କିନ୍ତୁ ପ୍ରକଳ୍ପରୁ ପାଣି ଯାଇ ପହଞ୍ଚିଛି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ ଚାନ୍ଦବାଲି, ତିହିଡ଼ି, ବାସୁଦେବପୁର ଓ ଧାମନଗରରେ। ଆଜିକୁ ପ୍ରାୟ ୬ ମାସ ହେବ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଅନେକାଂଶରେ ଦୂର ହୋଇଛ ଭଦ୍ରକ ଜିଲ୍ଲାବାସୀଙ୍କ ଜଳ କଷ୍ଟ। କିନ୍ତୁ ପ୍ରକଳ୍ପ ଯେଉଁଠୁ ସୃଷ୍ଟି ହୋଇଛି, ସେ ବ୍ଲକ୍ କିମ୍ବା ତାର ଆଖପାଖ ଅଞ୍ଚଳରେ ପାଣି ପାଇଁ ଆଉଟୁ ପାଉଟୁ ଲୋକେ। ବିଶେଷକରି ଆଳି ଏବଂ ରାଜକନିକା ବ୍ଲକ୍ ବାସିନ୍ଦାଙ୍କ ଅଭିଯୋଗ, ୨୦୧୯-୨୦ରେ ପ୍ରକଳ୍ପକୁ ଘୋର ବିରୋଧ କରିଥିଲେ ଅଞ୍ଚଳବାସୀ। କିନ୍ତୁ ସେତେବେଳର ସରକାର ଆନ୍ଦୋଳନକୁ ଥମାଇବା ପାଇଁ ଖରସ୍ରୋତାରେ ଆଉ ଏକ ପ୍ରକଳ୍ପ କରି ଆଳି ଏବଂ ରାଜକନିକ ବ୍ଲକକୁ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୟା ଭିତରେ ପ୍ରାୟ ୫ ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନି କି ପାଣି ପାଇ ନାହାନ୍ତି ଆଳି ଓ ରାଜକନିକାବାସୀ।

କେନ୍ଦ୍ରପଡ଼ା ରାଜକନିକା ବ୍ଲକର ବରୁଣାଡିଆଠାରେ ଆଳି ଓ ରାଜକନିକା ଲୋକଙ୍କ ଜଳ କଷ୍ଟ ଦୂର କରିବାକୁ ନିର୍ମାଣାଧୀନ ଥିବା ପ୍ରକଳ୍ପ ୨୦୨୩ରେ ଶେଷ କରିବାକୁ ଟାର୍ଗେଟ୍ ରଖାଯାଇଥିଲା। କିନ୍ତୁ ୟା ଭିତରେ ୨୦୨୫ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପର ମାତ୍ର ୪୦ ପ୍ରତିଶତ କାମ ବି ଶେଷ ହୋଇନଥିବା କୁହାଯାଉଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଆଉ ଅସନ୍ତୋଷ। ଏପରିକି ସେମାନଙ୍କୁ ଆଗେ ପିଇବା ପାଣି ଯୋଗାଇ ଦେବା ପରେ ଭଦ୍ରକକୁ ପାଣି ଯିବାର ପ୍ରତିଶ୍ରୁତି ମିଳିଥିଲେ ବି, ସରକାର ପ୍ରତିଶ୍ରୁତି ପୂରଣ ନକରି ସେମାନଙ୍କ ଦାବିକୁ ଅଣଦେଖା କରିଥିବା କହିଛନ୍ତି।

Advertisment

ଏବେ ଖରାଦିନ ଆରମ୍ଭରୁ ଆଳି ଓ ରାଜକନିକା ଅଞ୍ଚଳରେ ଉକ୍ଟଟ ଜଳ ସମସ୍ୟା ଦେଖାଦେଲାଣି। ସେପଟେ ସରକାର ଯଦି ତୁରନ୍ତ ମେଗା ପାନୀୟ ଜଳ ପ୍ରକଳ୍ପ କାମ କରି ପିଇବା ପାଣି ଯୋଗାଇ ନଦିଅନ୍ତି, ତେବେ ଆଗକୁ ପୁଣି ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଲୋକେ।

Kendrapara Aul Rajkanika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ