Advertisment

ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ, ଧର୍ମମାସରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀ ମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ।

ଅଦ୍ୟତନ ହୋଇଛି
Habisyalis begin month-long Kartika brata in Puri

Kartika Brata

Advertisment

ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ରହିବ । ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ। ତେବେ ଶ୍ରୀମନ୍ଦିର ପ୍ରଶାସନର ଏ କଟକଣା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୁହାଯାଇଛି।

Advertisment

ସେପଟେ ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀ ମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ପଞ୍ଚତୀର୍ଥରେ ସ୍ନାନ କରି ବ୍ରାହ୍ମଣଙ୍କୁ ଗୁଆ ଓ ଛଞ୍ଚା ଟେକି ହବିଷ ଆରମ୍ଭ କରିବେ । ବୃନ୍ଦାବତୀଙ୍କ ନିକଟରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ କରିବେ ପୂଜାର୍ଚ୍ଚନା । ଶ୍ରୀଜଗନ୍ନାଥଙ୍କୁ ଦୀପ ଧୂପ ନୈବେଦ୍ୟ ଦେଇ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ କରିବେ । ଏହି ମାସରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ବାଳଧୂପ ଭୋଗ କରାଯିବ।

ଚଳିତ ବର୍ଷ ପଞ୍ଚୁକ ବ୍ରତ ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ । ଠିଆକିଆ ବେଶ, ବାଙ୍କଚୁଡା ବେଶ, ଡାଳିକିଆ ବେଶ ହେବ । ଚତୁର୍ଦ୍ଦଶୀ ତିଥି କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ । ପୂର୍ଣ୍ଣମୀ ଦିନ ଶ୍ରୀଜୀଉଙ୍କ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।

Advertisment

Srimandir Kartika Brata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ