Advertisment

ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟରୁ ମିଳିଲା ବଡ଼ ସୂଚନା

ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ କହିଲେ ଜଷ୍ଟିସ ପଶାୟତ ।

ଅଦ୍ୟତନ ହୋଇଛି
Ratna Bhandar

Ratna Bhandar

Advertisment

୮ରେ ଖୋଲିନପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ସେ କହିଛନ୍ତି, ‘୮ରେ ରଥଯାତ୍ରା ଥିବାରୁ ସେଦିନ ଖୋଲିବା ସମ୍ଭାବନା କମ୍। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ। ଆସନ୍ତାକାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ ଜଷ୍ଟିସ ପଶାୟତ। 

Advertisment

ଆସନ୍ତାକାଲି ପୁରୀ ପହଞ୍ଚିବା ପରେ ରତ୍ନଭଣ୍ଡାର ଇନଭେଣ୍ଟୋରି କମିଟିର ବୈଠକରେ ଯୋଗ ଦେବେ। ରତ୍ନଭଣ୍ଡାର ଗଣତି ଓ ମଣତି ନେଇ କଣ ମୋଡାଲିଟି ରହିବ, ଆସନ୍ତାକାଲି ଆଲୋଚନା ହେବ ବୋଲି ଜଷ୍ଟିସ ପଶାୟତ କହିଛନ୍ତି। ରତ୍ନଭଣ୍ଡାର କେବେ ଖୋଲାଯିବ ? ଗଣତି ମଣତି କେବେ ଆରମ୍ଭ ହେବ ? ରତ୍ନଭଣ୍ଡାର ମରାମତି କେବେ ହେବ ? ଏସମସ୍ତ ପ୍ରକ୍ରିୟା କେବେ ସରିବ ତାଉପରେ ସମସ୍ତଙ୍କର ନଜର ରହିଛି।

ପୂର୍ବରୁ ୧୯୭୮ ମସିହାରେ ଅର୍ଥାତ୍ ୪୫ ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ଅର୍ଥାତ ୧୯୭୮ରେ ମେ ୧୩ରୁ ଜୁଲାଇ ୨୩ ଯାଏଁ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେଦିନରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଅନ୍ୟପଟେ ଏବେ ବଡ଼ଦାଣ୍ଡରେ ରଥ କାମ ଜୋରସୋରରେ ଚାଲିଛି । ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ରଥ ନିର୍ମାଣ । ଆଉ ମାତ୍ର ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରାରେ ବିନୋଦିଆ କାଳିଆ ଠାକୁର ଶ୍ରୀମନ୍ଦିର ଛାଡି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ। ତେଣୁ ରଥ ଉପରେ କଳା ସାଆନ୍ତଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ବ୍ୟାକୁଳ ହେଲାଣି ଭକ୍ତର ମନ। ଏଥିପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ରଥର ଦୁଆରବେଢାକୁ ମଜବୁତ୍ କରିବା ପାଇଁ ଧ୍ୱଜାବତା ଲଗାଯାଇଥିବା ବେଳେ ଏଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ସ୍ଥାପନ ହେବ ବୋଲି କହିଛନ୍ତି ବିଶ୍ଵକର୍ମା।

ଏଥିସହ ରଥରେ ମଣ୍ଡଣୀ ବତା ଲଗାଯିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ମୁଖ୍ୟ ବିଶ୍ଵକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ରଥର‌ ଶୀର୍ଷ ଭାଗରେ କଳସ ସହ ଓଲଟଶୁଆ ସ୍ଥାପନ କରି ହରିବୋଲ ପକାଇଛନ୍ତି।‌ ରୂପକାର ସେବକ ମାନେ ପ୍ରଭାରେ କିର୍ତ୍ତିମୁଖ ଓ ଉଭୟ ପାର୍ଶ୍ଵରେ ମଗରମୁଣ୍ଡ କାର୍ଯ୍ୟ ଶେଷ କରିଥିବା ବେଳେ ଚିତ୍ରକର ମାନେ ଏହାକୁ ଚିତ୍ରିତ କରୁଛନ୍ତି। ସେହିପରି ତିନି ରଥର‌ ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ଦରଜୀ ସେବକ ମାନେ ରଥ କନାମଣ୍ଡଣି କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି।

Advertisment
Lord Jagannath Puri Srimandir Puri Temple Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ