Advertisment

ଟାଟା ପାୱାର ନେଇଗଲା ଜୀବନ, ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି ମା’

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବ୍ରାହ୍ମଣୀ ଗାଁରେ ନିଜ ଚାଷଜମିରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ବର୍ଷୀୟ ଯୁବକ ଜିତେନ୍ଦ୍ର କୁମାର ସାହୁଙ୍କ ଜୀବନ ଯାଇଛି ।

undefined

Jajpur

Advertisment

ମା’ ତା’ ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି । ଜୀବନ ଜୀଇବା ପାଇଁ ସାଲାଇନ୍‌ ଲାଗିଛି । ମେଡିସନ୍‌ ବି ଚାଲିଛି । ହେଲେ ସବୁ କିଛି ଯେମିତି ତା’ର ଶେଷ ହୋଇଯାଇଛି । କେବଳ କୋଳ ଖାଲି ହୋଇନି । ସେ ଯେମିତି ସବୁ ଦେଖିପାରୁଥିଲେ ବି ତା’ ଦୁନିଆ ଅନ୍ଧାର ହୋଇଯାଇଛି । ଆଉ ଏ ମା’ର ସବୁ କିଛି ଛଡ଼ାଇ ନେଇଛି ଟାଟା ପାୱାର ।

Advertisment

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବ୍ରାହ୍ମଣୀ ଗାଁରେ ନିଜ ଚାଷଜମିରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ବର୍ଷୀୟ ଯୁବକ ଜିତେନ୍ଦ୍ର କୁମାର ସାହୁଙ୍କ ଜୀବନ ଯାଇଛି । ଆଉ ଅସମୟରେ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଛି ପୂରା ପରିବାର । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ମଧ୍ୟ ଶୋକାକୂଳ ପରିବେଶ । ପୁଅକୁ ହରାଇ ମା’ ଏବେ ଶଯ୍ୟାସାୟୀ । ତେବେ ଜିତେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଟାଟା ପାୱାରକୁ ଦାୟୀ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ।

ସଠିକ୍ ଢଙ୍ଗରେ ବିଦ୍ୟୁତ୍ ଯୋଗାଣ, ଉପକରଣ ମରାମତି ଓ ନିୟମିତ ବ୍ୟବଧାନରେ ତଦାରଖ ହେଉନଥିବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅନେକ ଲୋକଙ୍କ ଜୀବନ ଯାଉଛି । ଯାଜପୁର ଜିଲ୍ଲାର ବ୍ୟାସନଗର, ସୁକିନ୍ଦା, କଳିଙ୍ଗନଗର ଶିଳ୍ପାଞ୍ଚଳ, ଦାନଗଦି, କୋରେଇ, ପାଣିକୋଇଲି ଆଦି ବିଭିନ୍ନ ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଛି । ଯାହାଫଳରେ ଅନେକ ଲୋକଙ୍କ ଅକାଳରେ ମୃତ୍ୟୁ ଘଟୁଛି ।

Advertisment

TATA Power
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ