Advertisment

ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା

ସରକାରୀ ଅର୍ଥରେ ଧର୍ମଶାଳା ଭବନ ଓ ଫୁଡ୍ କୋର୍ଟ ନିର୍ମାଣ କରାଯାଇଛି। ତେଣୁ ଏହାକୁ ଭଙ୍ଗାଯିବନି ବୋଲି ବିଡିଓ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Jajpur Balle Balle Dhaba Will Not Be Demolished

Balle Balle Dhaba

Advertisment

ଭଙ୍ଗା ଯିବନି ବଲ୍ଲେ ବଲ୍ଲେ ଢାବା। ଯାଜପୁର ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବାକୁ ଭଙ୍ଗାଯିବନି କହିଛନ୍ତି ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ। କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ ବି ସୂଚନା ଦେଇଛନ୍ତି ବିଡିଓ। ସରକାରୀ ଅର୍ଥରେ ଧର୍ମଶାଳା ଭବନ ଓ ଫୁଡ୍ କୋର୍ଟ ନିର୍ମାଣ କରାଯାଇଛି। ତେଣୁ ଏହାକୁ ଭଙ୍ଗାଯିବନି ବୋଲି ବିଡିଓ ସୂଚନା ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ସିଲ୍ ହେଲା ‘ବଲ୍ଲେ ବଲ୍ଲେ’ ଢାବା; ନେଇଗଲେ ଢାବାରେ ଥିବା ବହୁମୂଲ୍ୟ ଆସବାବପତ୍ର...

ମିଳିଥିବା ସୂଚନା ମୁତାବକ, ଢାବାର ଫୁଡ୍ କୋର୍ଟ ଲିଜ୍ ନେଇଛନ୍ତି ଅକ୍ଷୟ ନାୟକ ନାମକ ଜଣକ ବ୍ୟକ୍ତି। ଅକ୍ଷୟ ନାୟକ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜଣେ ସମର୍ଥକ। ସେ ଘଟଣାକୁ ନେଇ ଧର୍ମଶାଳା ବିଡିଓଙ୍କୁ ଭେଟି ଆଲୋଚନା କରିଛନ୍ତି। ଧର୍ମଶାଳାର ଏହି ଢାବାକୁ ନେଇ ରାଜନୀତି ତେଜିଥିଲା। ଏଠାରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି।

Advertisment

ଏହି ଢାବାକୁ ବିଜେଡି ନେତ୍ରୀ ଏଲିନା ଦାସ ଚଳାଉଥିବାର କୁହାଯାଉଥିଲା। ଯାହାଙ୍କ ପଛରେ ଥିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। ଯେଉଁଠି ଲାଗୁଥିଲା ବଡ଼ ବଡ଼ ଗାଡ଼ି ମୋଟର, ରଙ୍ଗୀନ ହେବାକୁ ଆସୁଥିଲେ ନେତା ଆଉ ମନ୍ତ୍ରୀ। ଦିନରେ ଢାବା, କିନ୍ତୁ ରାତିରେ ରଙ୍ଗାଶାଳା ପାଲଟୁଥିବାର ଅଭିଯୋଗ ହେଉଥିଲା।

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ