Advertisment

ITI ଛାତ୍ରଙ୍କ କମାଲ; ଅଦରକାରୀ ସାମଗ୍ରୀରେ ତିଆରି କରୁଛନ୍ତି ମୂଲ୍ୟବାନ ଜିନିଷ

ଅଦରକାରୀ ବାଇକର ପାର୍ଟସ ଓ ଲୁହା ରଡରେ ତିଆରି ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଷ୍ଟାଚ୍ୟୁ। ତା' ସହ ସିଟ ମେଟାଲରେ ଝଲସୁଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଦ୍ଧା ମୂର୍ତ୍ତି। ବେଷ୍ଟ ଫ୍ରମ ୱେଷ୍ଟ ମିଶନରେ ଏଭଳି କମାଲ କରିଛନ୍ତି ଢେଙ୍କାନାଳ ସରକାରୀ ଆଇଟିଆଇର ଛାତ୍ର।

Waste Management

Waste Management

Advertisment

କିଛି ନୂଆ କରିବାର ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ। ଏକଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି ଢେଙ୍କାନାଳ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ତଥା ଆଇଟିଆଇର କିଛି ଛାତ୍ର। ଅଦରକାରୀ ବାଇକ୍‌ର ଚେନ, କ୍ରାଙ୍କ ଓ ଚେନ୍ସ ପକେଟରେ ତିଆରି କରିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଷ୍ଟାଚ୍ୟୁ। ଆଉ ତାହା ପୁଣି ୧୨ ଫୁଟର ସୂ-ଉଚ୍ଚତା ବିଶିଷ୍ଟ।

Advertisment

ଆଇଟିଆଇର ପ୍ରାୟ ୧୫ଜଣ ଛାତ୍ର ଏହାକୁ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସେମାନଙ୍କୁ ଲାଗିଥିଲା ପାଖ ପାଖି ୨୦ଦିନ। ଆଉ ଖର୍ଚ୍ଚ ହୋଇଥିଲା ଚାରିରୁ ପାଞ୍ଚ ହଜାର ଟଙ୍କା। ଅଯୋଧ୍ୟାରେ ପାଞ୍ଚ ଶହ ବର୍ଷ ପରେ ପ୍ରଭୂ ଶ୍ରୀରାମଙ୍କର ମନ୍ଦିର ପ୍ରତିଷ୍ଠା ହେବା ପରେ ଏଠିକାର ଛାତ୍ରଙ୍କ ମନରେ ଏଭଳି ଏକ ଷ୍ଟାଚ୍ୟୁ ତିଆରି କରିବା ପାଇଁ ପ୍ରବଳ ଇଛା ଶକ୍ତି ଥିଲା। ଯାହା ଏବେ ସାକାର ହୋଇଛି। ଦୀର୍ଘ ଦିନର ଇଛା ପୁରଣ ହେବା ପରେ ଏବେ ଛାତ୍ରଙ୍କ ଖୁସି ମଧ୍ୟ କହିଲେ ନସରେ।

କେବଳ ସେତିକି ନୁହଁ ଏଠିକାର ଛାତ୍ର ମାନେ କିଛି ସିଟ ମେଟାଲରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଏକ ଥ୍ର ଡି ପିକ୍ଚର ସଦୃଶ୍ୟ ଶଙ୍ଖ ଚକ୍ର ଗଦା ପଦ୍ମ ମଧ୍ୟ ତିଆରି କରିବାରେ ସଫଳ ହୋଇଛନ୍ତି। ଯାହା ଦେଖିଲେ ଆପଣଙ୍କ ଆଖି ଲାଖିଯିବ। ତା' ସହିତ କିଛି କଟପିସ ରଡ ଓ ତାର ସାହାଯ୍ୟରେ ୨୫ ଫୁଟ ବିଶିଷ୍ଟ ବିରାଟକାୟ ମ୍ୟୁଜିକ ଗିଟାର ମଧ୍ୟ ପ୍ରସ୍ତୁତ କରିଛନ୍ତି ସରକାରୀ ଆଇଟିଆଇର ଛାତ୍ର।

Advertisment

ଏସବୁ ବାଦ ବେଷ୍ଟ ଆଉଟ ଅଫ ୱେଷ୍ଟ ମିଶନରେ ଏକ ବିରାଟକାୟ ହାତୀ ଓ ସିଂହକୁ ଖୁବଶୀଘ୍ର ଶେଷ କରିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ପୂର୍ବରୁ ଏଠିକାର ଛାତ୍ର ମାନେ ଭଙ୍ଗା ଟିଭିର ଫ୍ରେମ କଲେକ୍ସନ କରି ଏକ ସେଲଫି ପଏଣ୍ଟ , ଚାରିଶହ କମ୍ପ୍ୟୁଟର କିବୋର୍ଡରେ ସୁଉଚ୍ଚ ଭାରତ ମାନଚିତ୍ର ସହ ପାଞ୍ଚ ଶହ ପୁରୁଣା ଡିଭିଡି କ୍ୟାସେଟରେ ଏକ ମାଛ ଓ ୱେଷ୍ଟ ମ୍ୟାଟେରିଆଲରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ। ପିଲାଙ୍କ ଏଭଳି ପ୍ରଚେଷ୍ଟା ପଛରେ ଏଠିକାର ଟ୍ରେନର ଓ ବରିଷ୍ଠ ଶିକ୍ଷକ ମାନଙ୍କର ସହାୟତା ଓ ପ୍ରେରଣା ମଧ୍ୟ ରହିଛି।

ଏହି ମିଶନ ମାଧ୍ୟମରେ ଅଦରକାରୀ ସାମଗ୍ରୀରୁ ଆହୁରି କିଛି ଆଖି ଲାଖି ଯିବା ଭଳି ଆକର୍ଷଣୀୟ ଜିନିଷ ପ୍ରସ୍ତୁତ କରିହେବ ତାହା ନୁହଁ ବରଂ ଆଇଟିଆଇର ଛାତ୍ର ଛାତ୍ରୀ ମାନଙ୍କର ନୂତନ ଜ୍ଞାନ କୌଶଳକୁ ଉର୍ଦ୍ଧ୍ବରେ ପହଞ୍ଚାଇବ ଏଥିରେ ଦ୍ୱିମତ ନାହିଁ।

Advertisment
Waste Management Project ITI Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ