Advertisment

ଉଦଘାଟନର ବର୍ଷକ ପରେ ବି ଲାଗୁନି କାମରେ: କାହା ପାଇଁ ଭେଣ୍ଡିଂ ଜୋନ୍ ?

ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ?

Vending Zone

Vending Zone

Advertisment

ଉଦଘାଟନର ବର୍ଷକ ପରେ ବି ଆରମ୍ଭ ହେଇ ପାରୁନି କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍। ଯେଉଁଠି ଦୋକାନୀଙ୍କୁ ସାହାର ମିଳିବ ବୋଲି ଯୋଜନା ଥିଲା ଏବେ ତାହା ନିଶାଡ଼ିଙ୍କ ଆଡ୍ଡାରେ ପରିଣତ ହୋଇଛି। ଏପରିକି ଡପିଂ ୱାର୍ଡ ଭାବେ ତାକୁ ବ୍ୟବହାର କରାଯାଉଛି। 

Advertisment

ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ? ଦେଖିଲେ ମନରେ ଏମିତି କିଛି ପ୍ରଶ୍ନ ଉଙ୍କି ମାରିବ । ଅନୁଗୁଳ ସହରରେ ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ଏସବୁ ଭେଣ୍ଡି ଜୋନ୍ ନିର୍ମାଣ କରାଯାଇଥିଲା । ହେଲେ ଗତବର୍ଷ ଅଗଷ୍ଟରୁ ଉଦଘାଟନ ପରେ ଏବେ ଏମିତି ରାସ୍ତା କଡ଼ରେ ଛିଡ଼ା ହୋଇ ନିଜ ପରିଚୟ ଖୋଜୁଛି ଦୋକାନ ଘର। କେଉଁଠି ଅଳିଆ ଜମିଲାଣି, କେଉଁଠି ନିଶାଖୋରଙ୍କ ଆଡ୍ଡା ପାଲଟିଗଲାଣି । ଏସବୁ ଦେଖିଲେ ସହଜରେ ବୁଝି ହେଉଥିବ ଆନ୍ତରିକତା ଅଭାବରୁ କେମିତି ଅଦରକାରୀ ହେଇ ପଡ଼ି ରହିଛି ଭେଣ୍ଡିଂ ଜୋନ୍। 

ଅନୁଗୁଳ ଓ ଆଖପାଖର ଗାଁ ଲୋକେ ପ୍ରତିଦିନ ସହରକୁ ଆସି ବ୍ୟବସାୟ କରନ୍ତି। ଉଠା ଦୋକାନ କରି ବସନ୍ତି। ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜେ। ନାନା ସମସ୍ୟାର ସମାଧାନ ଭାବେ ସହରର ଶିକ୍ଷକପଡ଼ା, ମିଶ୍ରପଡ଼ା ଭଳି ୪ଟି ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା। ହେଲେ ଉଦଘାଟନ ସିନା କରିଦେଲେ ହେଲେ ଏହାକୁ ଦୋକାନୀଙ୍କୁ ହସ୍ତାନ୍ତର କରାଯାଉନି। ପରିସ୍ଥିତି ଏମିତି ହେଇଛି କି ଅଳିଆ ଗଦାରେ ଏସବୁ ପରିଣତ ହେବାକୁ ବସିଛି। ଅପରପକ୍ଷେ, ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଅନୁଗୁଳ ପୌରାଧ୍ୟକ୍ଷ।

Advertisment

ଉଦଘାଟନକୁ ବର୍ଷେ ବିତିଲାଣି ତଥାପି ଖୋଲିପାରିନି ଅନୁଗୁଳର ନୂଆ ଭେଣ୍ଡିଂ ଜୋନ୍। ଏବେ ‘ଅତି ଶୀଘ୍ର’ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା। 

Vending Zone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ