Advertisment

କଂପାନି ଗିଳୁଛି ଚାଷ ଜମି, ପ୍ରଶାସନ ନିରବ !

ଚାଷ ଜମିକୁ ଗିଳି ଚାଲିଛି ଶିଳ୍ପ, ନ୍ୟାୟ ପାଇଁ ପାଟି କରୁଛି ଚାଷୀ ହେଲେ ପ୍ରଶାସନ ନିରବ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତରେ ଥିବା "ଟେକ୍ନିମଣ୍ଟ" କମ୍ପାନି ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ ।

 Industry

Industry

Advertisment

ପ୍ରଶାସନ ଓ କଂପାନିର ମଧୁଚନ୍ଦ୍ରିକା ଭିତରେ ବଳି ପଡ଼ିଛି କି ଚାଷୀ  ? ଚାଷ ଜମିକୁ ଗିଳି ଚାଲିଛି ଶିଳ୍ପ, ନ୍ୟାୟ ପାଇଁ ପାଟି କରୁଛି ଚାଷୀ ହେଲେ ପ୍ରଶାସନ ନିରବ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତରେ ଥିବା "ଟେକ୍ନିମଣ୍ଟ" କମ୍ପାନି ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଚାଷ ଜମି ଉପରେ ଶିଳ୍ପ ଛିଡ଼ା ହୋଇଥିବାରୁ ବ୍ୟାପକ ଚାଷ ନଷ୍ଟ ହେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ତେବେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ତହସିଲଦାର ।

Advertisment

ଚାଷ ଜମିକୁ କବଜା କରିଛି କଂପାନି ! କଂପାନିର ବର୍ଜ୍ୟରେ ନଷ୍ଟ ହେଲାଣି ଚାଷ । କଂପାନି ଗିଳୁଛି ଚାଷ ଜମି, ପ୍ରଶାସନ ନିରବ । କୁଜଙ୍ଗ ତହସିଲ ଅଧୀନ ପରମାନନ୍ଦପୁର ଓ ତାଳଦଣ୍ଡା ମୌଜାର ପ୍ରାୟ ୧୦୦ ଏକର ଜମି ଉପରେ ଗତ ୩ ବର୍ଷ ହେଲା ଛିଡ଼ା ହୋଇଛି ଟେକ୍ନିମଣ୍ଟ କମ୍ପାନୀ। ଷ୍ଟୋରେଜ, ଫେବ୍ରିକେସନ ସହ ସେଠାରେ କମ୍ପାନୀର ଚାଲିଛି ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ । ବିସ୍ତୀର୍ଣ୍ଣ ଚାଷ ଜମି ମଝିରେ ଛିଡ଼ା ହୋଇଥିବା ଶିଳ୍ପ ଯୋଗୁ ଆଖପାଖ ଅଞ୍ଚଳର ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଫସଲ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ବର୍ଜ୍ୟବସ୍ତୁ, ଲୁହାଗୁଣ୍ଡ ପଡି ଚାଷ ଜମି ପ୍ରଭାବିତ ହେଉଛି। ଚକ ଜମି ଉପରେ କେମିତି ଶିଳ୍ପ ଗଢି ଉଠିଲା ତାକୁ ନେଇ ପ୍ରଶ୍ନ ଉଠଛି। ଚାଷୀଙ୍କୁ ଭୂଆଁ ବୁଲାଇ କଂପାନି ଚାଷ ଜମିକୁ ଲିଜରେ ନେଇଥିବା ଅଭିଯୋଗ ହୋଇଛି । ଚକ ଜମି ହୋଇଥିବାରୁ କିସମ ପରିବର୍ତ୍ତନ ହୋଇ ପାରିନାହିଁ ବୋଲି ତହସିଲଦାରଙ୍କ ଠାରୁ ସୂଚନା ମିଳିଛି। ତଥାପି କେମିତି ଚାଲିଛି କଂପାନି ତାକୁ ନେଇ ଉଠିଛି ପ୍ରଶ୍ନ। 

ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ଅନୁଯାୟୀ କଂପାନି କେତେ ଜମି ଅଧିଗ୍ରହଣ କରିଛି ସେନେଇ ପ୍ରଶାସନ ପାଖରେ କୌଣସି ତଥ୍ୟ ନାହିଁ । ଚାଷଜମି ବାଦ୍ କଂପାନି ଏକର ଏକର ଗୋଚର ଏବଂ ଅନାବାଦୀ କିସମର ସରକାରୀ ଜମିକୁ ଜବରଦଖଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର। ସେପଟେ କ୍ଷତିପୂରଣ ଦାବି କରି କରି ଚାଷୀ ନୟାନ୍ତ ହେଲେଣି। ନା ଚାଷୀଙ୍କୁ ମିଳୁଛି ନ୍ୟାୟ, ନା ପ୍ରଶାସନ ନେଉଛି ପଦକ୍ଷେପ। ତେବେ କଂପାନି କର୍ତ୍ତୃପକ୍ଷ କହିଛନ୍ତି କୌଣସି ବେଆଇନ କାମ ହୋଇନାହିଁ । 

Advertisment

ଏଠାରେ ପ୍ରଶ୍ନ ଉଠୁଛି କିସମ ପରିବର୍ତ୍ତନ ନକରି କେମିତି ହେଲା ଶିଳ୍ପ ? ସରକାରଙ୍କୁ ରାଜସ୍ବ ଫାଙ୍କିବାକୁ ହୋଇନି ତ ହୀନ ଉଦ୍ୟମ ? ପ୍ରଶାସନ ଓ କଂପାନି ଭିତରେ ନାହିଁ ତ ମଧୁଚନ୍ଦ୍ରିକା ? କଟକ-ପାରାଦୀପ ରାଜପଥ କଡରେ ଥିବା ରାଜସ୍ବ ଅଧିକାରୀଙ୍କ ଅଫିସ ପଛପଟେ ଏତେ ବଡ଼ ଶିଳ୍ପ ଛିଡ଼ା ହୋଇଥିଲେ ବି ପ୍ରଶାସନ ପାଖରେ କେମିତି ନାହିଁ ତଥ୍ୟ ? 

Farmers Industry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ