Advertisment

Clean Ganga Program: ଗଙ୍ଗା ସଫେଇ ସଚେତନତା ଅଭିଯାନରେ ଓଡ଼ିଆ ଝିଅ; ଗଙ୍ଗାସାଗର ଯାଏଁ ଦୁଃସାହସିକ ଜଳଯାତ୍ରା

‘ଗଙ୍ଗା’ କେବଳ ନଦୀ ନୁହେଁ, ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ସହିତ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । ଗଙ୍ଗା ନଦୀ ପ୍ରତି ପ୍ରତିଟି ହିନ୍ଦୁଙ୍କର ରହିଛି ସ୍ବତନ୍ତ୍ର ଆବେଗ । ଖାସ୍ ସେଥିପାଇଁ ଗଙ୍ଗା ସଫେଇ ସଚେତନତା ଅଭିଯାନରେ ବାହାରିଛନ୍ତି ଓଡ଼ିଆ ଝିଅ ଦିପ୍ତୀମୟୀ।

ଅଦ୍ୟତନ ହୋଇଛି
Iron Ladies of BSF on NMCG BSF all women river rafting expedition 2500km Gangotri to Ganga Sagar

rafting

Advertisment

‘ଗଙ୍ଗା’ କେବଳ ନଦୀ ନୁହେଁ, ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ସହିତ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । ଗଙ୍ଗା ନଦୀ ପ୍ରତି ପ୍ରତିଟି ହିନ୍ଦୁଙ୍କର ରହିଛି ସ୍ବତନ୍ତ୍ର ଆବେଗ । ଦିନକୁ ଦିନ ଏହି ପବିତ୍ର ନଦୀ ପ୍ରଦୂଷିତ ହେବାରେ ଲାଗିଛି । ଖାସ୍ ସେଥିପାଇଁ ଗଙ୍ଗା ସଫେଇ ସଚେତନତା ଅଭିଯାନରେ ବାହାରିଛନ୍ତି ଓଡ଼ିଆ ଝିଅ ଦିପ୍ତୀମୟୀ। ଦୁଃସାହସିକ ଜଳଯାତ୍ରା କରୁଛନ୍ତି ଦିପ୍ତୀମୟୀ ଓ ତାଙ୍କ ଟିମ୍। ଗଙ୍ଗୋତ୍ରୀରୁ ଗଙ୍ଗାସାଗର ଯାଏଁ କରିଛନ୍ତି ଦୁଃସାହସିକ ଜଳଯାତ୍ରା ।

Advertisment

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଓରା ଗାଁର ଝିଅ ଦୀପ୍ତିମୟୀ ତରାଇ। ସେ ମହିଳା BSF ବାହିନୀରେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ଦୁଃସାହସିକ ଗଙ୍ଗା ସଚେତନତା ଅଭିଯାନରେ ବାହାରିଛନ୍ତି । ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ । ଗଙ୍ଗାର ଉତ୍ପତ୍ତିସ୍ଥଳ ଗଙ୍ଗୋତ୍ରୀରୁ ବାହାରି ଗଙ୍ଗା ସାଗର ଯାଏଁ ଜଳ ପଥରେ ପ୍ରାୟ ୨୫ ହଜାର କିଲୋମିଟର ଯାତ୍ରା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଦୀପ୍ତିମୟି ଓ ତାଙ୍କ ଟିମ୍ ।

Advertisment

ଏହି ଅଭିଯାନରେ ସାମିଲ ହୋଇଚନ୍ତି ମହିଳା BSF ଯବାନର ୨୦ ଜଣ ଯବାନ । ଏହି ସ୍ୱଚ୍ଛତା ଅଭିଯାନ ନଭେମ୍ବର ୨ରୁ ଆରମ୍ଭ ହୋଇ ଡିସେମ୍ବର ୨୪ରେ ସରିବ। ଗଙ୍ଗା ସ୍ୱଚ୍ଛତା ସଚେତନତା ସହ ମହିଳା ସଶକ୍ତିକରଣର ବାର୍ତ୍ତା ଦେଉଛି ଏହି ରାଫଟିଙ୍ଗ ଟିମ୍ । ଗଙ୍ଗୋତ୍ରୀରୁ ଓଡ଼ିଶା ଲୋକମାନଙ୍କୁ ନିଜ ଅଭିଯାନ ବିଷୟରେ ବାର୍ତ୍ତା ଦେଇଛନ୍ତି ଦିପ୍ତୀମୟୀ । ତାଙ୍କର ଏହି ଦୁଃସାହସିକ ଜଳଯାତ୍ରା ପାଇଁ କୃଷ୍ଣପ୍ରସାଦ ବ୍ଳକ୍ ତଥା ଚିଲିକା ମାଟିରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ୨୦୦୮ରେ ଗଙ୍ଗା ନଦୀକୁ ରାଷ୍ଟ୍ରୀୟ ନଦୀର ମାନ୍ୟତା ମିଳିଥିଲା। ଗଙ୍ଗା ନଦୀକୁ ସ୍ୱଚ୍ଛ ଏବଂ ନିର୍ମଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ନମାମୀ ଗଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ଗଙ୍ଗା ନଦୀର ସଫେଇ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି। ଗଙ୍ଗା ସଫେଇ ପାଇଁ ଗଙ୍ଗା ସୁରକ୍ଷା ସମିତି ଗଠନ କରାଯାଇଛି। ଏହି ସମିତିର ଦାୟିତ୍ୱ ହେଲା ଗଙ୍ଗାକୁ ସ୍ୱଚ୍ଛ ରଖିବା। କିଭଳି ଗଙ୍ଗା ନଦୀ ବିଶୁଦ୍ଧ ହେବ ସେଥିପାଇଁ ପଦକ୍ଷେପ ମଧ୍ୟ ଏହି ସମିତି ହିଁ ନେବ।

Advertisment
Odisha News Ganga River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ