ରାତି ତମାମ ଖୋଲା ରହୁଛି ବାର୍-ପବ୍, ମତୁଆଲା ହେଉଛନ୍ତି ଯୁବ ପିଢ଼ି; ତଦନ୍ତ ନିର୍ଦ୍ଦେଶ

ରାଜଧାନୀରେ ରାତି ତମାମ ଖୋଲା ରହୁଛି ବାର ଓ ପବ୍ । ରଙ୍ଗୀନ ଆଲୁଅ ଭିତରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ ।

Bars and Pubs

ରାଜଧାନୀରେ ରାତି ତମାମ ଖୋଲା ରହୁଛି ବାର ଓ ପବ୍ । ରଙ୍ଗୀନ ଆଲୁଅ ଭିତରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ । ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଭିଡିଓ । ଟାଇମ୍ ଲାଇନ୍ ଦେଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ପରେ ସଂପୃକ୍ତ ବାର ଓ ପବ ଗୁଡ଼ିକର ଖୋଲିଛି ପୋଲ । ଏହା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର ।

ରାତି ତମାମ ଖୋଲା ରହୁଥିବା ବାର୍ ଓ ପବ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଅବକାରୀ ଅଫିସରଙ୍କୁ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଅଫିସର ସଠିକ୍ ଭାବେ କାର୍ଯ୍ୟ କରିବେ ନାହିଁ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସେପଟେ ଗତ କିଛିଦିନ ତଳେ ଚୋରିକୁ ନେଇ ରାଜଧାନୀରେ କଡ଼ାକଡ଼ି କରାଯାଇଥିଲା ଚେକିଂ । ରାଜଧାନୀର ବିଭିନ୍ନ ଥାନା ଅଂଚଳରେ ଥିବା ହୋଟେଲ ଓ ଲଜ୍‌ରେ କମିସନରେଟ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇଥିଲା । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଏବଂ ଠକଙ୍କୁ ଠାବ କରିବାକୁ ପ୍ରୟାସ କରାଯାଉଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଗତକାଲି ବିଳମ୍ବିତ ରାତିରେ କମିସନରେଟ୍ ପୋଲିସ ରାଜଧାନୀରେ ବହୁ ହୋଟେଲ୍, ଲଜ୍ ଓ ଗେଷ୍ଟ୍ ହାଉସ୍ ବୁଲି ଯାଞ୍ଚ କରିଛି । ଭୁବନେଶ୍ୱରର କ୍ୟାପିଟାଲ, ଖାରବେଳ ନଗର, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ଖଣ୍ଡଗିରି, ବଡ଼ଗଡ଼, ନୟାପଲ୍ଲୀ ଆଦି ଥାନା ଅଞ୍ଚଳରେ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସ୍‌ରେ ଯାଞ୍ଚ୍ କରିଛି ।