Advertisment

ନାଳ ପାଲଟିଛି କାଳ, ଉଛୁଳା ଜଳରେ ଦଉଡି ସାଜିଛି ସାହାରା

ପାଣି ବଢିଲେ ଯିବା ଆସିବା ଏକ ପ୍ରକାର ଠପ ହୋଇଯାଏ । ବହୁ ଜରୁରୀ ଥିଲେ ଦଉଡି ସାହାଯ୍ୟରେ ଉଛୁଳା ନାଳକୁ ପାରି କରିଥାନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡିହି ସାହି ବାସିନ୍ଦା।

ଅଦ୍ୟତନ ହୋଇଛି
Telkoi

Telkoi

Advertisment

ସ୍ୱାଧୀନତାର ଏତେ ବର୍ଷ ପରେ ବି ଅନେକ ଅଂଚଳରେ ପରାଧିନ ଲୋକେ । ନାଳ ପାର ହେବା ପାଇଁ ଲୋକଙ୍କ ସାହାରା ସାଜିଛି ଦଉଡି । ଦିନେ ଦୁଇ ଦିନ ନୁହେଁ, ବର୍ଷବର୍ଷ ଧରି ଶତାଧିକ ଲୋକ ଏଭଳି ବିପଦ ଶଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡିହି ସାହିରେ ।

Advertisment

ଗାଁ ଆଗରେ ଯାଇଛି ନାଳ । ତାକୁ ପାରି ହେଲେ ୩ କିଲୋମିଟର ଦୂରରେ ରହିଛି ପଞ୍ଚାୟତ, ସ୍କୁଲ ଓ ଆବଶ୍ୟକୀୟ ସାମଗ୍ରୀ ଆଣିବାର ଦୋକାନ। ରୋଗୀ ହେଉ କି ଭୋଗି ବର୍ଷା ଦିନ ହେଲେ ସମସ୍ତଙ୍କ ଚିନ୍ତା ବଢେ। କାରଣ ଗାଁ ଆଗରେ ଥିବା ମଲଦା ନାଳ ଏମାନଙ୍କ ପାଇ କାଳ ସାଜିଥାଏ । ପାଣି ବଢିଲେ ଯିବା ଆସିବା ଏକ ପ୍ରକାର ଠପ ହୋଇଯାଏ । ବହୁ ଜରୁରୀ ଥିଲେ ଦଉଡି ସାହାଯ୍ୟରେ ଉଛୁଳା ନାଳକୁ ପାରି କରିଥାନ୍ତି ।

ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡିହି ସାହିରେ ବାସ କରନ୍ତି ୩୫ଟି ଆଦିବାସୀ ପରିବାର। ପଞ୍ଚାୟତଠାରୁ ୩ କିଲୋମିଟର ଦୂରରେ ସାହିଟି ରହିଛି। ୩ ବର୍ଷ ପୂର୍ବେ ପଞ୍ଚାୟତଠାରୁ ସାହିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି । କିନ୍ତୁ ସବୁଠାରୁ ବଡ଼ ସମସ୍ୟା ଥିବା ମାଲଦା ନାଳରେ ପୋଲ ନିର୍ମାଣ ହୋଇପାରିନାହିଁ। ଯାହାଫଳରେ ସାହିର ଯାହା ସମସ୍ୟା ରହିଥିଲା ପୂର୍ବବତ ରହିଛି। ବର୍ଷା ଦିନରେ ମାଲଦା ନାଳରେ ପାଣି ବଢିଲେ ସାହିଟି ଏକ ପ୍ରକାର ଜଳବନ୍ଦୀ ହୋଇ ରହିଥାଏ।

Advertisment

ଉଚ୍ଛୁଳା ନାଳକୁ ପାରିହେଲେ ହିଁ ସ୍କୁଲ, ମେଡିକାଲ, ବଜାର ଓ ପଞ୍ଚାୟତ । ତେଣୁ ବାଧ୍ୟ ହୋଇ ଏକ ଦଉଡିକୁ ଧରି ଉଚ୍ଛୁଳା ନାଳରେ ଛାତ୍ରଛାତ୍ରୀ, ରୋଗୀ ଭୋଗି ସମସ୍ତେ ଜୀବନକୁ ବାଜି ଲଗାଇ ପାରି ହୋଇଥାନ୍ତି । ତେବେ ଏହା କେବଳ ଆଜିର ନୁହେଁ ବର୍ଷ ବର୍ଷ ଧରି ଏ ସମସ୍ୟା ରହିଥିଲେ ମଧ୍ୟ ସମାଧାନ ହେଉନାହିଁ। ନିଜର ଭାଗ୍ୟକୁ ଆଦରି ପଡ଼ିଛନ୍ତି ହଳଡିହିବାସୀ ।

ଏ ସମ୍ପର୍କରେ ସ୍ଥାନୀୟ ବିଡିଓଙ୍କୁ ପଚାରିବାରୁ ଏଠି ବଡ଼ ପୋଲ ନିର୍ମାଣର ଆବଶ୍ୟକତା ରହିଛି। ତେଣୁ ଏହାର ନିର୍ମାଣ ପାଇଁ ଅନ୍ୟ ବିଭାଗକୁ ଜଣାଇବୁ ବୋଲି ସେ କହିଛନ୍ତି । ଦୀର୍ଘ ବର୍ଷ ଧରି ରହିଥିବା ଏ ସମସ୍ୟା ପ୍ରତି ରାଜନେତାଠାରୁ ପ୍ରଶାସନ ଅଧିକାରୀ ସମସ୍ତେ ଅଣଦେଖା କରିଥିବାବେଳେ, ଏହି ସମସ୍ୟାର ସମାଧାନ କେବେ ହେବ ତାକୁ ଅପେକ୍ଷା ।

Advertisment

Bridge Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ