Advertisment

‘IKATAN’ Launched: ଇକତ୍ ଶାଢ଼ିର ନୂଆ ଅଧ୍ୟାୟ; ଓଟିଭି ଗ୍ରୁପ୍ ପକ୍ଷରୁ ଇ-କମର୍ସ ପ୍ଲାଟଫର୍ମ 'ଇକତନ୍'ର ଶୁଭାରମ୍ଭ…

ଆଜି ନୀଳାଦ୍ରିବିଜେ ଅବସରରେ ଓଟିଭି ଗ୍ରୁପ୍ ପକ୍ଷରୁ ଇକତ୍ ଶାଢ଼ିର ଏକ ନୂଆ ଅନୁଷ୍ଠାନ 'ଇକତନ୍'ର ଶୁଭାରମ୍ଭ ହୋଇଛି। ଇକତର ବୈଶ୍ବିକ ଆଦୃତି ବୃଦ୍ଧି ପାଇଁ ଖ୍ୟାତନାମା ଡିଜାଇନର୍ ବିଭୁ ମହାପାତ୍ରଙ୍କ ସହଭାଗିତାରେ ଏହି ଇ-କମର୍ସ ପ୍ଲାଟଫର୍ମ ପ୍ରତିଷ୍ଠା କରିଛନ୍ତି ଓଟିଭି ନେଟୱର୍କର କୋ-ଫାଉଣ୍ଡର୍ ତଥା ଏମ୍ଡି ଜଗି ମଙ୍ଗତ ପଣ୍ଡା।

ଅଦ୍ୟତନ ହୋଇଛି
IKATAN Launched to Showcase Odisha Ikat Heritage Globally Empower Weavers

IKATAN Launched to Showcase Odisha Ikat Heritage Globally Empower Weavers

Advertisment

ଓଡ଼ିଶାର ଇକତ୍ ଐତିହ୍ୟକୁ ବିଶ୍ବମଞ୍ଚରେ ପହଞ୍ଚାଇବା ଏବଂ ଇକତ୍ ବୁଣାକାରଙ୍କ ଉନ୍ନତି ଉଦ୍ଦେଶ୍ୟରେ ଅଭିନବ ପ୍ରୟାସ। ଆଜି ନୀଳାଦ୍ରିବିଜେ ଅବସରରେ ଓଟିଭି ଗ୍ରୁପ୍ ପକ୍ଷରୁ ଇକତ୍ ଶାଢ଼ିର ଏକ ନୂଆ ଅନୁଷ୍ଠାନ 'ଇକତନ୍'ର ଶୁଭାରମ୍ଭ ହୋଇଛି। ଇକତର ବୈଶ୍ବିକ ଆଦୃତି ବୃଦ୍ଧି ପାଇଁ ଖ୍ୟାତନାମା ଡିଜାଇନର୍ ବିଭୁ ମହାପାତ୍ରଙ୍କ ସହଭାଗିତାରେ ଏହି ଇ-କମର୍ସ ପ୍ଲାଟଫର୍ମ ପ୍ରତିଷ୍ଠା କରିଛନ୍ତି ଓଟିଭି ନେଟୱର୍କର କୋ-ଫାଉଣ୍ଡର୍ ତଥା ଏମ୍ଡି ଜଗି ମଙ୍ଗତ ପଣ୍ଡା।

Advertisment
ଆଜି ନୀଳାଦ୍ରିବିଜେ ଅବସରରେ ଓଟିଭି ଗ୍ରୁପ୍ ପକ୍ଷରୁ ଇକତ୍ ଶାଢ଼ିର ଏକ ନୂଆ ଅନୁଷ୍ଠାନ 'ଇକତନ୍'ର ଶୁଭାରମ୍ଭ ହୋଇଛି।ଆଜି ନୀଳାଦ୍ରିବିଜେ ଅବସରରେ ଓଟିଭି ଗ୍ରୁପ୍ ପକ୍ଷରୁ ଇକତ୍ ଶାଢ଼ିର ଏକ ନୂଆ ଅନୁଷ୍ଠାନ 'ଇକତନ୍'ର ଶୁଭାରମ୍ଭ ହୋଇଛି।

ବିଶ୍ବମଞ୍ଚରେ ବଢ଼ିବ ଇକତ୍ ର ଆଦୃତି… ବୁଣାକାରଙ୍କର ହେବ ଉନ୍ନତି ପ୍ରଗତି…ବନାରସୀ ଓ ଚନ୍ଦେରୀ ଆଦି ହସ୍ତତନ୍ତକୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପୃଷ୍ଠପୋଷକତା ମିଳିଆସୁଥିବା ବେଳେ, ପ୍ରଥମ ଥର ପାଇଁ ଓଡ଼ିଶାର ଇକତ୍ ବି ପାଇବାକୁ ଯାଉଛି ବଡ଼ ପ୍ରୋତ୍ସାହନ। ଆଜି ନୀଳାଦ୍ରିବିଜେ ଅବସରରେ ଏକ ନୂଆ ପ୍ରୟାସ- 'ଇକତନ୍'ର ଶୁଭାରମ୍ଭ କରିଛନ୍ତି ଓଟିଭି ନେଟୱର୍କର କୋ-ଫାଉଣ୍ଡର୍ ତଥା ଏମ୍ଡି ଜଗି ମଙ୍ଗତ ପଣ୍ଡା।

Advertisment

ଏହି ଇ-କମର୍ସ ପ୍ଲାଟଫର୍ମ ଇକତନ୍ ଜରିଆରେ ପ୍ରତ୍ୟେକ ଶାଢ଼ିରୁ ମିଳୁଥିବା ମୂଲ୍ୟ, ସିଧାସଳଖ ହସ୍ତତନ୍ତ କାରିଗର ସମାଜର ବିକାଶ ଉଦ୍ଦେଶ୍ୟରେ ସମର୍ପିତ ହେବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଭବିଷ୍ୟତରେ କାରିଗରଙ୍କ ଜୀବିକା ନିର୍ବାହରେ ଉନ୍ନତି ଓ ତାଲିମରେ ପରିବର୍ତ୍ତନ ଆସିବା ସହିତ ସ୍ଥାନୀୟ କଳାକୁ ସଂରକ୍ଷିତ କରିବାରେ ସହାୟକ ହେବ।

ଓଡ଼ିଶାର ଇକତ୍ ହସ୍ତତନ୍ତ କଳାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ, ଖ୍ୟାତନାମା ଡିଜାଇନର୍ ବିଭୁ ମହାପାତ୍ର, ଯାହାଙ୍କ କାମ ବିଶ୍ବସ୍ତସ୍ତରରେ ପ୍ରଶଂସିତ, ତାଙ୍କ ସହିତ ସହଭାଗିତା କରିଛି ଇକତନ୍। କୁଶଳୀ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ରେଶମୀ ଇକତ ଶାଢ଼ିରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଛାପ ସହ, ବହନ କରୁଛି ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ବାର୍ତ୍ତା।

Advertisment
ଆଜି ନୀଳାଦ୍ରିବିଜେ ଅବସରରେ ଓଟିଭି ଗ୍ରୁପ୍ ପକ୍ଷରୁ ଇକତ୍ ଶାଢ଼ିର ଏକ ନୂଆ ଅନୁଷ୍ଠାନ 'ଇକତନ୍'ର ଶୁଭାରମ୍ଭ ହୋଇଛି।ଆଜି ନୀଳାଦ୍ରିବିଜେ ଅବସରରେ ଓଟିଭି ଗ୍ରୁପ୍ ପକ୍ଷରୁ ଇକତ୍ ଶାଢ଼ିର ଏକ ନୂଆ ଅନୁଷ୍ଠାନ 'ଇକତନ୍'ର ଶୁଭାରମ୍ଭ ହୋଇଛି।

Otv Jagi Mangat Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ