Advertisment

ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
IAS Manoj Ahuja

IAS Manoj Ahuja

Advertisment

ଯାହା ଚର୍ଟ୍ଟା ହେଉଥିଲା, ତାହା ସତ ହୋଇଛି। ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Advertisment

ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ଆହୁଜା। ଆହୁଜା କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ମନୋଜ ଆହୁଜାଙ୍କ ନିଯୁକ୍ତି ସହ ପ୍ରଦୀପ ଜେନାଙ୍କୁ ଅବସର ଦିଆଯାଇଛି। ପ୍ରଦୀପ ଜେନାଙ୍କୁ ସରକାରୀ ଚାକିରିରୁ ଅବସର ମିଳିବା ପରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତି ମିଳିଛି। ମୁଖ୍ୟ ସଚିବ ନିଯୁକ୍ତି ପରେ ମନୋଜ ଆହୁଜା ଓଟିଭିକୁ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଫେରିବାକୁ ନେଇ ବହୁତ ଖୁସି ଅଛି। ସପ୍ତାହକ ଭିତରେ ଓଡ଼ିଶା ଫେରିବି।

Manoj Ahuja Appointed as Chief Secretary OdishaManoj Ahuja Appointed as Chief Secretary Odisha

ମନୋଜଙ୍କ କାର୍ଯକାଳ ଆଉ ମାତ୍ର ୬ ମାସ ଥିବା ବେଳେ ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରିଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମନୋଜ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ଆଶା କରାଯାଉଥିଲା। ଜୁନ୍ ୩୦ରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାଙ୍କୁ ଆଉ ଏକ୍ସଟନସନ କରିବେ ନା ନୂଆ କାହାକୁ ନିଯୁକ୍ତ କରିବେ ତାକୁ ନେଇ ବି କଳ୍ପନା ଜଳ୍ପନା ଲାଗିରହିଥିଲା। ଯାହା ଏବେ ସ୍ପଷ୍ଟ ହୋଇଛି। ପ୍ରଦୀପ ଜେନାଙ୍କୁ ଅବସର ଦେଇ ମନୋଜ ଆହୁଜାଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Advertisment

କେନ୍ଦ୍ର ସରକାର ୧୯୯୦ ମସିହା ବ୍ୟାଚର ଆଇଏଏସ ମନୋଜ ଆହୁଜାଙ୍କୁ ହୋମ୍ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଛନ୍ତି। ମନୋଜ କେନ୍ଦ୍ରରେ ଏବେ କୃଷି ମନ୍ତ୍ରାଳୟ ସଚିବ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗୁଡ୍ ବୁକ୍‌କୁ ଆସିଥିଲେ। ମନୋଜଙ୍କ ଓଡ଼ିଶା ଫେରିବା ପଛରେ ମୋଦିଙ୍କ ସହମତି ଥିବା ଚର୍ଚ୍ଚା ହେଉଛି। ଚାଷ ଓ ଚାଷୀଙ୍କ ରାଜ୍ୟ ଓଡ଼ିଶା। କୃଷିକୁ ପ୍ରାଥମିକତା ଦେଇ ଓଡ଼ିଶାର ବିକାଶ ମଡେଲକୁ ଗତିଶୀଳ କରିବା ଆଧାରକୁ ନେଇ ତାଙ୍କ ନାଁ ଚର୍ଚ୍ଚା ହେଉଛି। ହେଲେ ବଡ଼ କଥା ହେଲା ଆଇଏଏସ ଅଫିସର ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରୁଛି। ତେବେ ପୂର୍ବରୁ ଦୁଇ ଜଣ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢିଥିବା ନଜିର ରହିଛି। ସେ ଦୃଷ୍ଟିରୁ ଆଗକୁ କ’ଣ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Odisha Chief Secretary IAS Manoj Ahuja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ