ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ଦେବେ ସରକାର, ଘୋଷଣା ହେଲା ତାରିଖ

ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ୧୦ ଡିସିମିଲ୍ ଲେଖାଏଁ ଜମି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘୋଷଣା । ପୂରଣ ହେବ ଦୀର୍ଘ ବର୍ଷର ଦାବି ।

Suresh Pujari

ପୂରଣ ହେବ ଦୀର୍ଘ ବର୍ଷର ଦାବି । ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ଏଇ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ମାନଙ୍କୁ ମିଳିବ ଜମି ପଟ୍ଟା । ବିସ୍ଥାପିତଙ୍କୁ ୧୦ ଡିସିମିଲ୍ ଲେଖାଏଁ ଜମି ଦିଆଯିବ ବୋଲି ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି ।

ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ଯେଉଁ ପରିବାର ନିଜ ନିଜ ଭିଟା ମାଟି ତ୍ୟାଗ କରିଛନ୍ତି ଓ ସର୍ବସ୍ୱ ହରାଇଛନ୍ତି, ସେମାନଙ୍କୁ ୭୦ ବର୍ଷ ବିତି ଯାଇଥିଲେ ବି ନ୍ୟାୟ ମିଳିପାରିନାହିଁ । ସେହି ପରିବାରଙ୍କୁ ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଜମି ପଟ୍ଟା ପ୍ରଦାନ କରାଯିବ ବୋଲି  ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆଜି ପର୍ଯ୍ୟନ୍ତ କେବଳ ୪ ହଜାର ୪୦୦ କ୍ଷତିଗ୍ରସ୍ତ ପରିବାରଙ୍କୁ ପଟ୍ଟା ଦିିଆଯାଇଛି ।