Advertisment

ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ; ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ମହାନଦୀକୁ ବନ୍ୟାଜଳ ଛଡ଼ା ଯାଇଥିବାରୁ ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Hirakud

Hirakud

Advertisment

ଖୋଲିଲା ହୀରାକୁଦ ଗେଟ୍। ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଚଳିତବର୍ଷର ପ୍ରଥମ ବନ୍ୟା ଜଳ। ତିନୋଟି ପର୍ଯ୍ୟାୟରେ ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ାଯାଇଛି। ଏପଟେ ମହାନଦୀକୁ ବନ୍ୟାଜଳ ଛଡ଼ାଯିବା ପରେ ତଳମୁଣ୍ଡରେ ମହାନଦୀ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର। ମହାନଦୀ ମଧ୍ୟକୁ ଲୋକେ ପ୍ରବେଶ ନକରିବାକୁ ଏବଂ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି।

Advertisment

ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସକାଳ ସାଢ଼େ ୯ଟାରେ ୭ଟି ଗେଟ ଖୋଲିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନରେ ୭ଟି ଓ ଅପରାହ୍ନ ୨ଟା ପରେରେ ବାକି ୬ଟି ଗେଟ୍ ଖୋଲାଯାଇଛି। ଆଜି ମୋଟ ୨୦ଟି ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟ୍ ଗେଟ୍ ଦେଇ ବନ୍ୟା ଜଳ ଛଡ଼ାଯାଇଥିଲା। ୨୦ଟି ଗେଟ୍ ଖୋଲାଯିବା ଫଳରେ ଆସନ୍ତାକାଲି ଜୁଲାଇ ୨୯ ତାରିଖ ସକାଳ ୮ଟା ସୁଦ୍ଧା ଖଇରମାଳ ଠାରେ ୪.୫୦ ଲକ୍ଷ କ୍ୟୁସେକ୍ ଏବଂ ଜୁଲାଇ ୩୦ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳି ଦେଇ ୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ।

ମହାନଦୀକୁ ବନ୍ୟାଜଳ ଛଡ଼ା ଯାଇଥିବାରୁ ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ୩୦ ତାରିଖରେ ଦିନ ୧୧ଟାରେ ବେଳକୁ କଟକ ମୁଣ୍ଡଳୀରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହୋଇପାରେ। ତେବେ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା ନାହିଁ। ବୈତରଣୀ ସ୍ଥିତି ଉପରେ ନଜର ରଖାଯାଇଥିବା ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଛଡ଼ାଯିବ ପରେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଅତିରିକ୍ତ ରିଲିଫ୍ କମିଶନର ପଦ୍ମନାଭ ବେହେରା।

Advertisment

Hirakud Dam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ