Astrospeak
  • Live TV
  • Read In English

Hirakud Bridge Project: ହୀରାକୁଦ ଡ୍ୟାମ ଉପରେ ହେବ ରାଜ୍ୟର ସବୁଠୁ ବଡ଼ ସେତୁ, ଯୋଡ଼ିବ ସଂପର୍କ...କମିବ ଦୂରତା

ଯୋଡିବ ସମ୍ପର୍କ, କମିବ ଦୂରତା, ହେବ ଆର୍ଥିକ ବିକାଶ । ସୁପ୍ତ ପ୍ରାୟ ସାମାଜିକ ସମ୍ପର୍କକୁ ପୁଣି ସୁଦୃଢ଼ କରିବ ସମ୍ପର୍କର ସେତୁ । ଦୀର୍ଘ ୬ ଦଶନ୍ଧି ପରେ ପଶ୍ଚିମ ଓଡ଼ିଶାର ଲାଇଫ୍ ଲାଇନ ପାଲଟିବାକୁ ଯାଉଛି ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାର ସବୁଠୁ ଦୀର୍ଘତମ ସେତୁ ।

ହୀରାକୁଦରେ ସବୁଠୁ ବଡ଼ ସେତୁ
ହୀରାକୁଦରେ ସବୁଠୁ ବଡ଼ ସେତୁ

ପଶ୍ଚିମ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲ ଖୁଣ୍ଟ ସ୍ଥାପନ ପାଇଁ ପଡ଼ିଲା ଶୁଭ । ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଛି ଓଡ଼ିଶାରୁ ସବୁଠୁ ଦୀର୍ଘତମ ସେତୁ । ଝାରସୁଗୁଡ଼ାର ଲଖନପୁର ଓ ବରଗଡ଼ ଜିଲ୍ଲାର ଅମ୍ବାଭୋନା ମଧ୍ୟରେ ନିର୍ମାଣ ହେବାକୁ ଥିବା ପ୍ରାୟ ୪ କିଲୋମିଟରର ଲମ୍ବ ବ୍ରିଜ୍ ଲାଗି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦମନ୍ତ୍ରୀ ନୀତିନ ଗଡ଼କରୀ

ଅଧିକ ପଢ଼ନ୍ତୁ: ମହତାବ ଥିଲେ ଓଡ଼ିଶାର ସର୍ଦ୍ଦାର ପଟେଲ- ମୋହନ ମାଝୀ

ଯୋଡିବ ସମ୍ପର୍କ, କମିବ ଦୂରତା, ହେବ ଆର୍ଥିକ ବିକାଶ । ସୁପ୍ତ ପ୍ରାୟ ସାମାଜିକ ସମ୍ପର୍କକୁ ପୁଣି ସୁଦୃଢ଼ କରିବ ସମ୍ପର୍କର ସେତୁ । ଦୀର୍ଘ ୬ ଦଶନ୍ଧି ପରେ ପଶ୍ଚିମ ଓଡ଼ିଶାର ଲାଇଫ୍ ଲାଇନ ପାଲଟିବାକୁ ଯାଉଛି ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାର ସବୁଠୁ ଦୀର୍ଘତମ ସେତୁ । ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଓ ବରଗଡ଼ ଜିଲ୍ଲାର ଅମ୍ବାଭୋନା ମଧ୍ୟରେ ନିର୍ମାଣ ହେବାକୁ ଥିବା ୩ କିଲୋମିଟରରୁ ଅଧିକ ଲମ୍ବ ବ୍ରିଜ୍ ସମେତ ସାଢ଼େ ୪ କିଲୋମିଟର ଦୀର୍ଘ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେପଟେ ଏହି ଅବସରରେ ଝାରସୁଗୁଡ଼ା ଲଖନପୁର ଭୀକମପାଲିରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ବ୍ରିଜର ଗୁରୁତ୍ବ ଆଉ ସୁଦୂରପ୍ରସାରୀ ମହତ୍ୱ ସମ୍ପର୍କରେ ମତ ରଖିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ବରଗଡ଼ ଜିଲ୍ଲାର ଜରିମୁଲି ଓ ଝାରସୁଗୁଡ଼ାର ପୁଝାରିପାଲିକୁ ସଂଯୋଗ କରିବ ଏହି ସେତୁ । ୨୭୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଅଢେଇ ବର୍ଷ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସରକାରଙ୍କ central road fund ବା CRF ରୁ ବ୍ରିଜ ନିର୍ମାଣ ଲାଗି ଅର୍ଥ ଖର୍ଚ୍ଚ କରାଯିବ । ପୋଲ ନିର୍ମାଣ ଲାଗି ପୂର୍ବରୁ ମୃତ୍ତିକା ପରୀକ୍ଷା ସରିଥିବା ବେଳେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ଅନୁମୋଦନ ମିଳି ସାରିଛି ।

ଦେଶ ସ୍ବାଧୀନ ପରେ ହୀରାକୁଦ ଡ୍ୟାମ୍ ନିର୍ମାଣ ଲାଗି ଏ ସ୍ଥାନରୁ ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇଥିଲେ ହଜାର ହଜାର ପରିବାର । ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ପ୍ରାୟ ୨ ଶହ ଗାଁ ନିଶ୍ଚିହ୍ନ ହୋଇଯାଇଥିଲା ଡ୍ୟାମ ଭିତରେ। ଆଉ ଏପଟେ ଏ ୩ ଜିଲ୍ଲାବାସୀ ଭିତରେ ଥିବା ପୂର୍ବ ସମ୍ପର୍କରେ ବିରାଟ ଅନ୍ତରାୟ ସୃଷ୍ଟି କରିଥିଲା ହୀରାକୁଦ ନଦୀବନ୍ଧ । ବିଶେଷକରି ଝାରସୁଗୁଡ଼ାକୁ ବରଗଡ଼ ସଂଲଗ୍ନ ହୋଇଥିଲେ ବି ଡ୍ୟାମ୍ ପାଇଁ ଦୁଇ ଜିଲ୍ଲାବାସୀ ପରସ୍ପର ନିକଟକୁ ଯିବାକୁ ଛତିଶଗଡ଼ ଦେଇ ୧୦୦ କିଲୋମିଟରରୁ ଅଧିକ ଦୂରତା ବୁଲିବାକୁ ପଡୁଥିଲା । କିନ୍ତୁ ଏବେ ଏ ସମ୍ପର୍କର ସେତୁ ନିର୍ମାଣ ହେବା ପରେ ଦୁଇ ଜିଲ୍ଲାବାସୀଙ୍କ ମଧ୍ୟରେ ଦୂରତା ହୋଇଯିବ ମାତ୍ର ୧୨ କିଲୋମଟିର। ଯାହା ଖାଲି ସେମାନଙ୍କ ସାମାଜିକ ସମ୍ପର୍କକୁ ପୁଣି ମଜବୁତ କରିବନି, ବରଂ ଅଞ୍ଚଳର ଆର୍ଥିକ ବିକାଶ ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିବ ଏ ସେତୁ ।

ସମ୍ପର୍କର ଏ ସେତୁ ନିର୍ମାଣ ସରିଲେ କେବଳ ଝାରସୁଗୁଡା ଓ ବରଗଡ ମଧ୍ୟରେ ଯୋଗାଯୋଗ ସହଜ ହେବନି ବରଂ ପଡ଼ୋଶୀ ରାଜ୍ୟ ଛଡିଶଗଡ଼ ସମେତ ପଡ଼ୋଶୀ ଜିଲା ସୁନ୍ଦରଗଡ ସହ ଯୋଗାଯୋଗ ମଧ୍ୟ ସହଜ ହେବ ।

ଅଧିକ ପଢ଼ନ୍ତୁ: ବେଟିଂ ଆପ୍ ମାଷ୍ଟର ମାଇଣ୍ଡର ଖେଳ ଖତମ୍, ୨ ବର୍ଷରେ ଆୟ ୨ କୋଟି