Advertisment

ଶ୍ରୀହିନ ହେଉଛି ଶିଳ୍ପ ନଗରୀ ଚୌଦ୍ୱାର; ଖତ ଖାଉଛି ଐତିହସ୍ଥଳୀ

ଚୌଦ୍ୱାରର ବିରାଟ ଗାଦି ବହୁ ପୁରାତନ ଐତିହ୍ୟ ବହନ କରେ। ଏଠି ଅନେକ ଐତିହ୍ୟ ଲୁକାୟତ ଭାବେ ରହିଥିବା ସ୍ଥାନୀୟ ଲୋକେ କୁହନ୍ତି। ଚୌଦ୍ୱାର ଅଞ୍ଚଳର ୯ଟି ମୌଜକୁ ଏଏସ୍ଆଇ ନିଜ ହାତକୁ ନେଇଛି।

ଅଦ୍ୟତନ ହୋଇଛି
Cuttack Choudwar Virat Gadi

Heritage Destruction

Advertisment

କଟକ ଜିଲ୍ଲା ଚୌଦ୍ୱାର ଠାରେ ଥିବା ଐତିହାସିକ ସ୍ଥଳୀ ଗୁଡ଼ିକରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ASI କହିଛି। ହେଲେ ରାଜ୍ୟ ସରକାର ସେହି ସବୁ ସ୍ଥଳୀକୁ ନଷ୍ଟ କରିବାରେ ଲାଗିଛନ୍ତି। ଏ ନେଇ ନିର୍ମାଣ ହେଉଥିବା କାର୍ଯ୍ୟକୁ ବନ୍ଦ କରିବାକୁ କଟକ ଜିଲ୍ଲାପାଳଙ୍କ ସମେତ ପୌରପାଳିକା ଓ ପ୍ରଶାସନିକ ଅଧିକାରୀଙ୍କୁ ଚିଠି ଲେଖିଛି ଏଏସ୍ଆଇ। ଅନ୍ୟପଟେ ଏ ସଂକ୍ରାନ୍ତରେ ଇଡକୋ ଅବଗତ ନଥିବା କହିଛି। ଚୌଦ୍ୱାରର ଐତିହ୍ୟ ନଷ୍ଟ ହେବାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଉଥିବା ବେଳେ ଶିଳ୍ପ ନାଁରେ ଏହାକୁ ଲୁଟ କରାଯାଉଥିବା କହିଛନ୍ତି ଅଞ୍ଚଳବାସୀ।

Advertisment

ଶ୍ରୀହିନ ହେଉଛି ଶିଳ୍ପ ନଗରୀ ଚୌଦ୍ୱାର, ଦ୍ୱାପର ଯୁଗରେ ବିରାଟ ରାଜାଙ୍କ ଏହା ଥିଲା ରାଜଧାନୀ। ଚୌଦ୍ୱାରର ବିରାଟ ଗାଦି ବହୁ ପୁରାତନ ଐତିହ୍ୟ ବହନ କରେ। ଏଠି ଅନେକ ଐତିହ୍ୟ ଲୁକାୟତ ଭାବେ ରହିଥିବା ସ୍ଥାନୀୟ ଲୋକେ କୁହନ୍ତି। ଚୌଦ୍ୱାର ଅଞ୍ଚଳର ୯ଟି ମୌଜକୁ ଏଏସ୍ଆଇ ନିଜ ହାତକୁ ନେଇଛି। ସେଥି ମଧ୍ୟରୁ ବିରାଟ ଗାଦି ଓ ତାହାର ଆଖପାଖ ଅଞ୍ଚଳରେ କୌଣସି କାର୍ଯ୍ୟ ହେବନାହିଁ ବୋଲି ଜଣା ପଡ଼ିଛି। ଅନ୍ୟପଟେ ଇଡକୋ ସେହି ସ୍ଥାନରେ ପାଚେରୀ ନିର୍ମାଣ କରୁଥିବାରୁ ଲୋକେ ଏହାକୁ ବିରୋଧ କରିଛନ୍ତି।

ଚୌଦ୍ୱାରରେ ଓଟିଏମ୍ ବନ୍ଦ ହେବାର ଦୀର୍ଘ ୨୨ବର୍ଷ ପରେ ସେଠାରେ ନୂଆ ଶିଳ୍ପ ନିର୍ମାଣ କରିବାକୁ ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରିଛନ୍ତି। ବୟନଶିଳ୍ପ କମ୍ପାନି ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଗତ ଫେବ୍ରୁଆରି ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଓଟିଏମ୍ ଅନେକ ଜାଗା ଖାଲି ପଡ଼ିଥିବା ବେଳେ ବିରାଟ ଗାଦି ଅଞ୍ଚଳର କେଦାରେଶ୍ୱର ମୌଜାରେ ପ୍ରକଳ୍ପ ପାଇଁ ଇଡ୍ କୋ ପାଚେରୀ ଓ ରାସ୍ତା କାମ କରୁଛି। ଐତିହ ବହନ କରୁଥିବା ବିରାଟ ଗାଦି ଅଞ୍ଚଳରେ ପାଚେରୀ ନିର୍ମାଣ ବନ୍ଦ କରିବାକୁ କଟକ ଜିଲ୍ଲାପାଳଙ୍କୁ ASI ଚିଠି ଲେଖିଛି। ଅନ୍ୟପଟେ ଇଡକୋ ପାଖରେ ଏଏସଆଇ ଦେଇଥିବା ଚିଠି ପହଞ୍ଚି ନଥିବା ଓ କାମ ବନ୍ଦ ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ନଥିବା ଇଡକୋ ଡିଭିଜନ ହେଡ କହିଛନ୍ତି।

Advertisment

ଚୌଦ୍ୱାରରେ ଶିଳ୍ପ ପାଇଁ ରାଜ୍ୟ ସରକାର ଓଟିଏମ୍ ଜମିରେ ୱେଲସନ୍‌କୁ ପାଖାପାଖି ୫୦୦ ଏକର ଜମି ଦେଇଛନ୍ତି। ସେହି ଜମିରେ ୩ ହଜାର ୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ୱେଲସ୍ପନ୍। ତେବେ ଦେଖିବାକୁ ବାକି ରହିଲା ଏଠାରେ ଶିଳ୍ପ ହେବ ନାଁ ଶିଳ୍ପ ଆଳରେ ବହୁ ଐତିହ୍ୟପୂର୍ଣ୍ଣ ଜାଗା ତାହାର ଅସ୍ତିତ୍ୱ ହରାଇବ।

Heritage Destruction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ