Hanging bodies
କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଭଡା ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ୪ ଦିନ ହେବ ସେ ଘରେ ଭଡାରେ ରହୁଥିଲେ । କାଲିଠୁ ତାଙ୍କ ଘର କବାଟ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି କବାଟ ଭାଙ୍ଗିବା ପରେ ଯୁବତୀଙ୍କ ସହ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା ।
ସୂଚନା ମୁତାବକ, ଖନ୍ଦୋଳ ଗାଁର କ୍ଷୀରୋଦ ଲେଙ୍କାଙ୍କ ଘରେ ଗତ 4 ଦିନ ହେବ ଭଡାରେ ରହୁଥିଲେ ସାଲେପୁର ମାଛୁଆତି ଅଞ୍ଚଳର ଜଣେ ଯୁବତୀ । ସେ ରାଇସୁଙ୍ଗୁଡା ପିଏଚସି ଅଧୀନରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ସେ ରହୁଥିବା ଭଡା ଘର କବାଟ ବନ୍ଦ ରହିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।
ଅଧିକ ପଢ଼ନ୍ତୁ: ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ
ପୋଲିସ ଆସି କବାଟ ଖୋଲିବାରୁ ଏହି ଯୁବତୀଙ୍କ ସହିତ ତାର ମାମୁଘର ଗାଁ ସାଲେପୁର ବାଲିସମାଳା ଅଞ୍ଚଳର ଜଣେ ଯୁବକ ଗୋଟିଏ ଓଢଣିରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ପ୍ରେମ ସମ୍ପର୍କରୁ ଏଭଳି କରୁଣ ପରିସ୍ଥିତି ହୋଇଥିବା ଚିନ୍ମୟୀର ସମ୍ପର୍କୀୟ କହିଛନ୍ତି । ଘଟଣାର ତଦନ୍ତ ପରେ କାରଣ ଜଣାପଡିବ ବୋଲି କହିଛନ୍ତି ତହସିଲଦାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749301743.jpg)