Advertisment

ଆସିଲା‘ସୁଭଦ୍ରା’ ନିର୍ଦ୍ଦେଶାବଳୀ; ଯୋଜନାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ...

‘ସୁଭଦ୍ରା’ ଏସଓପି ପରେ ନିର୍ଦ୍ଦେଶାବଳୀ ଜାରି କଲେ ରାଜ୍ୟ ସରକାର । ମାସକୁ ୧୫ଶହରୁ ଅଧିକ ସହାୟତା ପାଉଥିଲେ ମିଳିବନି ‘ସୁଭଦ୍ରା’ ଟଙ୍କା । ୱାର୍ଡମେମ୍ବର ଓ କାଉନସିଲର ଛଡ଼ା ଅନ୍ୟ ନିର୍ବାଚିତ ପ୍ରତିନିଧି ବାଦ୍ ପଡ଼ିବେ ।

ଅଦ୍ୟତନ ହୋଇଛି
undefined

Subhadra Yojana

Advertisment

କାହା ପାଇଁ, କେମିତି ଓ କେଉଁଭଳି ଭାବେ ରାଜ୍ୟର ମହିଳାଙ୍କୁ ଯୋଗାଇ ଦିଆଯିବ କଲ୍ୟାଣକାରୀ ସୁଭଦ୍ରା ଯୋଜନା, ସେନେଇ ଆସିଲା ନିର୍ଦ୍ଦେଶାବଳୀ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ହିତାଧିକାରୀ ଚୟନ ପାଇଁ ମାନଦଣ୍ଡ, ତଦାରଖ ସହ ମୂଲ୍ୟାଙ୍କନ ସଂପର୍କରେ ବିସ୍ତୁତ ତଥ୍ୟ ଜାରି କରାଯାଇଛି। କିଭଳି ଯୋଜନା କାର୍ଯ୍ୟକାରୀ ହେବ, ତାହାର ତଦାରଖ ପାଇଁ ରାଜ୍ୟରୁ ବ୍ଲକସ୍ତରୀୟ ଯାଏଁ କାମ କରିବ ସୁଭଦ୍ରା କମିଟି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ଏଟିଏମ୍ କାର୍ଡ।

Advertisment

ରାଜ୍ୟରେ କେମିତି କାର୍ଯ୍ୟକାରୀ ହେବ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’। ଶୁକ୍ରବାର ଆସିଥିଲା SOP । ଆଉ ଏବେ ସୋମବାର ଆସିଛି ନିର୍ଦ୍ଦେଶାବଳୀ।  । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ପୂର୍ବରୁ ଜାରି SOP ଭଳି ପ୍ରାୟତଃ ସମାନ ରହିଛି । ଅର୍ଥାତ ୨୧ରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ ମହିଳା ହିଁ ଆବେଦନ କରିପାରିବେ । ଆଧାର କାର୍ଡର ଜନ୍ମ ତାରିଖ ଅନୁଯାୟୀ ବୟସ ଗଣନା କରାଯିବ। ୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଅଧିକ କିମ୍ବା ୬୦ରୁ କମ୍ ହୋଇଥିବା ଦରକାର। 

ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ କିମ୍ବା ୦୧.୦୭.୨୦୦୩ ପରେ ହୋଇନଥିବ। କିନ୍ତୁ ମନେରଖନ୍ତୁ, ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍ କିମ୍ବା ୬୦ରୁ ଅଧିକ ହୋଇଥିଲେ ମିଳିବନି ସୁବିଧା। ମାସକୁ ୧୫ ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ଆର୍ଥିକ ସହାୟତା ପାଉଥିଲେ, ଏପରିକି ଛାତ୍ରବୃତ୍ତି ପାଉଥିଲେ ବି ଅଯୋଗ୍ୟ ହେବେ। ନିଜେ କିମ୍ବା ପରିବାରରେ କିଏ ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ, ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି, ଆୟକରଦାତା, ସରକାରୀ ଚାକିରିଆ, ପେନସନଭୋଗୀ ଥିଲେ ପାଇବେନି ସହାୟତା। 

Advertisment

ସେହିପରି ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ, ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ଯାନ କିମ୍ବା ୪ ଚକିଆ ଯାନ ଥିଲେ ଅଯୋଗ୍ୟା ହେବେ। ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ସହାୟତା ହାତେଇଥିବେ, ତେବେ ତାଙ୍କ ଠାରୁ ଅର୍ଥ ଆଦାୟ କରାଯିବ। ଠକେଇ ପାଇଁ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

କେବଳ ଏତିକି ନୁହେଁ, କେମିତି ଓ କେଉଁଠି ଆବେଦନ କରିବେ ସେନେଇ ନିର୍ଦ୍ଦେଶାବଳୀରେ ବିସ୍ତୁତ ତଥ୍ୟ ଦିଆଯାଇଛି। ‘ସୁଭଦ୍ରା’ ସହାୟତା ପାଇଁ ଉଭୟ ଅଫ୍ ଲାଇନ୍ ଓ ଅନ୍ ଲାଇନରେ ନିର୍ଦ୍ଧାରିତ ଫର୍ମ ଜରିଆରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ। ଆବେଦନକାରୀ ଯୋଗ୍ୟ ହେବା ପାଇଁ ଇ-କେୱାଇସି ଘୋଷଣାନାମା ଦେବେ। ଯୋଗ୍ୟ ବିବେଚିତ ହେବା ପରେ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ତଥା ଏକ ଏଟିଏମ୍ କମ୍ ଡେବିଟ୍ କାର୍ଡ ପ୍ରଦାନ  କରାଯିବ। 

Advertisment

ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଆକାରରେ ୫ ବର୍ଷରେ ଦିଆଯିବ ୫୦ ହଜାର ଟଙ୍କା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯୋଜନାର ତଦାରଖ ପାଇଁ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ କମିଟି ରହିବ। ଏହି କମିଟି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରିବ। ତେବେ କେବଠୁ ଚାଲିବ ଆବେଦନ ପ୍ରକ୍ରିୟା ? ଗୋଟିଏ ଘରେ ଏକାଧିକ ଯୋଗ୍ୟ ମହିଳା ଥିଲେ ସମସ୍ତେ ଆବେଦନ କରିପାରିବେ କି ନାହିଁ ? ନିର୍ଦ୍ଦେଶାବଳୀ ଅନୁଯାୟୀ କେତେ ମହିଳା ଏହି ଯୋଜନାର ଲାଭ ପାଇବେ ? ସେନେଇ ନାନା ପ୍ରଶ୍ନ ଉଠାଇ ବିରୋଧୀ ସମାଲୋଚନା କରିଥିବାବେଳେ ଏହାର ଜବାବ ରଖିଛି ବିଜେପି। ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କୁ ସାମିଲ ହେବା ନେଇ ସରକାର ଆକଳନ କରିଛନ୍ତି। 

Odisha News Odisha Government Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ