Advertisment

ବଦଳିବ ସରକାରୀ କୋଠାର ରଙ୍ଗ, ମରାମତି-ନବୀକରଣ ବେଳେ ବଦଳିବ

ବଦଳିବ ରାଜ୍ୟର ସରକାରୀ କୋଠା ଗୁଡ଼ିକର ରଙ୍ଗ । ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ ।

ଅଦ୍ୟତନ ହୋଇଛି
Building Paint

Building Paint

Advertisment

ବଦଳିବ ରାଜ୍ୟର ସରକାରୀ କୋଠା ଗୁଡ଼ିକର ରଙ୍ଗ । ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ । ଏନେଇ ସମସ୍ତ ମୁଖ୍ୟଯନ୍ତ୍ରୀ, OBCCକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, କୋଠାର ବାହାର ପଟ କମଳା ରଙ୍ଗ ରହିବ ଏବଂ ଓ ନାଲି ବର୍ଡର ରହିବ ।

Advertisment

ଅର୍ଥାତ ଏଣିକି ନୂଆ କୋଠାର ରଙ୍ଗ କମଳା ଓ ନାଲି ବର୍ଡର ବିଶିଷ୍ଟ ହେବ । ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ବଦଳିବ ବୋଲି ପୂର୍ତ୍ତ ବିଭାଗ ଚିଠିରେ ଦର୍ଶାଇଛି । ବିଭାଗୀୟ କହିଛନ୍ତି, ବର୍ଷା ସରିବା ପରେ ସବୁ ସରକାରୀ କୋଠାର ରଙ୍ଗ ବଦଳାଇବାର ଆବଶ୍ୟକ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ବିଭାଗ ସହ ଆଲୋଚନା କରାଯାଇ ରଙ୍ଗ ଚୟନ କରାଯାଇଛି ।

Government Chief Minister Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ