Advertisment

FM Student Death: ଏପଟେ ଝିଅର ଚିତା ଜଳୁଛି, ସେପଟେ ଘର ପିଣ୍ଡାରେ ମୁଣ୍ଡ ପିଟୁଛି ବାପା

ସୌମ୍ୟାଶ୍ରୀଙ୍କ ପାଇଁ ପୂରା ଗାଁ ସ୍ତବ୍ଧ। ସୁନା ଝିଅର ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡୁଛି ପଳାସିଆ ଗାଁ। ଭାଙ୍ଗିପଡ଼ିଛନ୍ତି ପରିବାର ଓ ସଂପର୍କୀୟ। ଗେଲ୍ହି ଝିଅକୁ ଝୁରୁଛି ଗାଁ ମାଟି। ଏସବୁ ଭିତରେ ସୌମ୍ୟାଶ୍ରୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ମାଟିରେ ପଞ୍ଚଭୂତରେ ଲୀନ ହୋଇଯାଇଛି ସୌମ୍ୟାଙ୍କ ପାର୍ଥିବ ଶରୀର।

ଅଦ୍ୟତନ ହୋଇଛି
ଦୁଃଖରେ ଭାଙ୍ଗିପଡ଼ିଛି ପୂରା ଗାଁ

ଦୁଃଖରେ ଭାଙ୍ଗିପଡ଼ିଛି ପୂରା ଗାଁ

Advertisment

ଗାଁରେ ମଶାଣିରେ ଜଳୁଛି ବଡ଼ ଭଉଣୀର ଚିତା। ଏପଟେ ଦିଦି ଲୋ ତୁ ମୋତେ ଠକିଦେଲୁ ବୋଲି ଚିତ୍କାର କରୁଛି ସାନ ଭଉଣୀ। ବାହୁଡ଼ାରେ ଆସିଥିଲୁ, ହେଲେ ଆଉ ବାହୁଡ଼ିଲୁନି, ଆମକୁ ଠକି ଦେଇ ଅଫେରା ରାଇଜକୁ ଚାଲିଗଲୁ। ପୁଣି ଘରକୁ ଆସିଲେ ଆମକୁ ବୁଲାଇ ନେଇଯିବୁ ବୋଲି କହିଥିଲୁ.... । ହେଲେ ରଖିଲୁନି କଥା, ଭଣ୍ଡେଇ ଦେଲୁ ଆମକୁ।

Advertisment

ଦିଦି ତୁ ଫେରିଆ, ପୁଣି ଆଗ ପରି ଫଟୋ ଉଠାଇବା, ଏକା ଭଳିଆ ନୂଆ ଡ୍ରେସ ପିନ୍ଧିବା ଓ ବୁଲିବା। ଏପରି କହି ବାହୁନି ବାହୁନି କାନ୍ଦୁଛି ମୃତ ସୌମ୍ୟାଶ୍ରୀଙ୍କ ଭଉଣୀ।

ଅନ୍ୟପକ୍ଷରେ ଝିଅକୁ ହରାଇ ପାଗେଳି ହୋଇଗଲେଣି ମା’। ମୋ ଝିଅ କାହିଁ, ତାକୁ ଆଣି ମୋତେ ଦିଅ ବୋଲି କହି ହରାଉଛନ୍ତି ଚେତା । ଏପଟେ ମଶାଣିରେ ଝିଅର ଚିତା ଜଳୁଥିବା ବେଳେ ଘର ପିଣ୍ଡାରେ ବସି ମୁଣ୍ଡ ପିଟୁଛି ବାପା।

Advertisment

ସୌମ୍ୟାଶ୍ରୀଙ୍କ ପାଇଁ ପୂରା ଗାଁ ସ୍ତବ୍ଧ। ସୁନା ଝିଅର ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡୁଛି ପଳାସିଆ ଗାଁ। ଭାଙ୍ଗିପଡ଼ିଛନ୍ତି ପରିବାର ଓ ସଂପର୍କୀୟ। ଗେଲ୍ହି ଝିଅକୁ ଝୁରୁଛି ଗାଁ ମାଟି। ଏସବୁ ଭିତରେ ସୌମ୍ୟାଶ୍ରୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ମାଟିରେ ପଞ୍ଚଭୂତରେ ଲୀନ ହୋଇଯାଇଛି ସୌମ୍ୟାଙ୍କ ପାର୍ଥିବ ଶରୀର।

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଥିଲା। ଜୀବନ ଯୁଦ୍ଧରେ ହାରିଯାଇଥିଲେ ସୌମ୍ୟା। ଜୀବନ ମରଣ ସହ ସଂଗ୍ରାମ କରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାଲେଶ୍ବର ଏଫ ଏମ କଲେଜ ଛାତ୍ରୀ ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ ସୌମ୍ୟାଶ୍ରୀ ।

Advertisment

ତେବେ ତାଙ୍କ ଅଭିଯୋଗକୁ କଲେଜ ପ୍ରଶାସନ ଗୁରୁତର ସହ ନେଇନଥିଲେ। ଯେଉଁଥି ପାଇଁ ଶନିବାର ସେ ନିଜ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସହପାଠୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କ ଦେହର ୯୫ ପ୍ରତିଶତ ପୋଡି ଯାଇଥିଲା । ନିଆଁ ଲାଗିବା ଯୋଗୁଁ ତାଙ୍କର କିଡନୀ ସହ ଅନ୍ୟ ଅଙ୍ଗ ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।।

Balasore Fakir Mohan University Funeral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ