Advertisment

ମନ୍ତ୍ରୀଙ୍କ ଧମକ; ଅର୍ଡରର ୪୮ ଘଣ୍ଟାରେ ପହଞ୍ଚାଅ ଗ୍ୟାସ୍, ନହେଲେ ...

ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।

ଅଦ୍ୟତନ ହୋଇଛି
LPG Cylinder Delivery Will Be 48 Hours Of Booking Says Minister Krushna Chandra Patra

Gas Deliver

Advertisment

ଏଣିକି ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର। ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଡିଲର୍ ସଂଘ ସହ ବୈଠକ ପରେ ଏ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ସେହିପରି ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି। ନିୟମିତ ଭାବେ ପେଟ୍ରୋଲ ଟାଙ୍କି ମାନଙ୍କରେ ଅପମିଶ୍ରଣ ଯାଞ୍ଚ କରାଯିବ, ଯଦି କେହି ଅପ୍ରମିଶ୍ରଣ କରୁଥିବା ଜଣାପଡିବ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନକୁ ପ୍ରାଥମିକତା ଦେଇ ଏସବୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଅମାନିଆ ସାବଧାନ୍‌, ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଚକାରୁ ହାୱା ଖୋଲିଦେବ ପୋଲିସ୍‌

Advertisment

ସେପଟେ ଅନ୍ୟ ଏକ ଘଟଣାକ୍ରମରେ ବିଭିନ୍ନ ସମସ୍ୟା ନେଇ ଲୋକେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ମନ୍ତ୍ରୀ କିନ୍ତୁ ଏକା ଗଲେନି। ମେୟର, କମିଶନର ଓ ସିଟି ଇଞ୍ଜିନିୟରଙ୍କୁ ସାଥିରେ ନେଇ ଗ୍ରାଉଣ୍ଡ ଜିରୋକୁ ଗଲେ। ଲୋକଙ୍କ ଅଭିଯୋଗ ଶୁଣିଲେ। ତୁରନ୍ତ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ।

ଭୁବନେଶ୍ୱର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳ। ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଚିନ୍ତାମଣିଶ୍ୱର ଐତିହ୍ୟ ପୋଖରୀ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏ କାମ କେବେ ଆରମ୍ଭ ହୋଇଥିଲା, କାହିଁକି କାମର ଅଗ୍ରଗତି ହେଉନି ସେ ନେଇ ଆଲୋଚନା କରିଛନ୍ତି। ତେବେ ସ୍ଥାନୀୟ ଲୋକମାନଙ୍କର ଅଭିଯୋଗ ଓ ଦାବି ଥିଲା, ୨୨ ଏକରର ଏ ପୋଖରୀ ୯ ଏକର ହେଲା କେମିତି, ତାର ତଦନ୍ତ ହେଉ।

Advertisment

ପୋଖରୀ ଭିତରେ କୁଣ୍ଡ ହୋଇଛି କାହିଁକି ? ମନ୍ତ୍ରୀ ଚିନ୍ତାମଣିଶ୍ୱର ଅଞ୍ଚଳରେ କାଦୁଅ ରାସ୍ତା ବି ବୁଲି ଦେଖିଛନ୍ତି । ପରେ ମନ୍ତ୍ରୀ ଝାରପଡାର ବିଭିନ୍ନ ଅଞ୍ଚଳ, ନିକୋ ପାର୍କ, ନୟାପଲ୍ଲୀ ହଜ ଏବଂ ଦୟାନଦୀ ୱେଷ୍ଟ କେନାଲ ପ୍ରୋଜେକ୍ଟର ସ୍ଥିତି ସମୀକ୍ଷା କରିଛନ୍ତି। ଲୋକଙ୍କ ସରକାର ଲୋକଙ୍କ ସମସ୍ୟାର ସମାଧାନ କରିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

LPG Cylinder Gas Cooking Gas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ