Advertisment

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ପରେଡ୍ ରିହର୍ସାଲ୍

୭୮ତମ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସାଲ୍ । ଅଂଶଗ୍ରହଣ କରିବେ ୫୮ ଟି ଟ୍ରୁପ ।

ଅଦ୍ୟତନ ହୋଇଛି
Parade Rehearsal

Parade Rehearsal

Advertisment

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ଅଭ୍ୟାସ ଆରମ୍ଭ । ୭୮ ତମ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସାଲ୍ ହୋଇଛି । ଚଳିତ ବର୍ଷ ପରେଡରେ ଏନସିସି, ସ୍କାଉଟ, ଗାଇଡ, ଅର୍ଦ୍ଧସାମରିକ ଓ ସାମରିକ ଭଳି ବିଭିନ୍ନ 
କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୫୮ ଟି ଟ୍ରୁପ ଅଂଶଗ୍ରହଣ କରିବେ। ପରେଡକୁ କମାଣ୍ଡ କରିବେ ଆଇପିଏସ ଅମ୍ରିତପାଲ୍ କର। ଚଳିତ ବର୍ଷ ଇଣ୍ଡୋ ତିବତିଆନ୍ ବର୍ଡର ପୋଲିସ ଓ ଛତିଶଗଡ଼ ଷ୍ଟେଟ୍ ଆର୍ମଡ ପୋଲିସ ଯୋଗଦେଇଛନ୍ତି ।

Advertisment

ଅଗଷ୍ଟ ୧୫ ଦିନ ସକାଳ ୯ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ।

ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିଭଳି କଟକରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂଆପଡ଼ାରେ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । କଳାହାଣ୍ଡିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସୁନ୍ଦରଗଡ଼ରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, କୋରାପୁଟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଗଞ୍ଜାମରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପତାକା ଉତ୍ତୋଳନ କରିବେ ।

Advertisment

ସେହିପରି ବରଗଡ଼ରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଜପତିରେ ମନ୍ତ୍ରୀ ବିଭୁତି ଜେନା, ବାଲେଶ୍ୱରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବଲାଙ୍ଗିରରେ ଗଣେଶ ରାମସିଂ ଖୁଣ୍ଟିଆ ଓ ମାଲକାନଗିରିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପତାକା ଉତ୍ତୋଳନ କରିବେ । ଖୋର୍ଦ୍ଧାରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, କନ୍ଧମାଳରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ରାୟଗଡ଼ାରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପତାକାଉତ୍ତୋଳନ କରିବେ । 

Bhubaneswar Independence Day Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ