Advertisment

କେବେ ହେବ ରତ୍ନଭଣ୍ଡାର ମରାମତି; ଭଣ୍ଡାର ଘରେ ରହିଛି କି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ?

ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମ୍‌କୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା। କୁହାଯାଉଛି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ ଆଗ ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ଭେ ପରେ ମରାମତି ହୋଇପାରେ। ତେଣୁ କେବେ ଏ କାମ ସରୁଛି ଏବେ ତା ଉପରେ ନଜର।

undefined

Ratna Bhandar

Advertisment

କେବେଠୁ ହେବ ରତ୍ନଭଣ୍ଡାର ମରାମତି ? ସରିବାକୁ ଲାଗିବ କେତେ ଦିନ ? କ'ଣ ରହିବ ପ୍ରକ୍ରିୟା ? ଭିତର ରତ୍ନଭଣ୍ଡାର ଖୋଲାଯାଇ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମକୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଯିବା ପରେ ଏବେ ମରାମତିକୁ ନେଇ ଘୁରିବୁଲୁଛି ଏମିତି ସବୁ ପ୍ରଶ୍ନ। କାରଣ ରତ୍ନ ସ୍ଥାନାନ୍ତର ସତ୍ତ୍ୱେ ଏବେ ବି ରତ୍ନଭଣ୍ଡାରର ଅନେକ ରହସ୍ୟ ଉପରୁ ପରଦା ହଟିବା ବାକି।

Advertisment

ଯେମିତିକି ଜନଶ୍ରୁତି ଅନୁସାରେ ଭିତର ଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅଛି କି, ଗୁପ୍ତ କୋଠରୀ ଅଛି ନା ନାହିଁ। ଯଦିଓ ଭିତରକୁ ଯାଇଥିବା ପ୍ରାଧିକୃତ ଟିମ୍ ନଜରରେ ଏଭଳି କିଛି ଦୃଶ୍ୟମାନ ହୋଇ ନାହିଁ। ତଥାପି ଏନେଇ ଥିବା ଚର୍ଚ୍ଚାର ଅନ୍ତ ପାଇଁ ଲେଜର ସ୍କାନିଂ ଓ ଜିପିଆରଏସ୍ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ ଜରୁରୀ ବୋଲି କୁହାଯାଉଛି। ରତ୍ନଭଣ୍ଡାର ପରିଦର୍ଶନ ପରେ ଖୋଦ୍ ଗଜପତି ମହାରାଜା ମଧ୍ୟ ଲେଜର ସ୍କାନିଂ ଉପରେ ଗୁରୁତ୍ୱ ଦେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବି କହି ସାରିଛନ୍ତି ଏସ୍ଓପିରେ ସଂଶୋଧନ ସହ ଏନେଇ ଯାଞ୍ଚ ପାଇଁ ସରକାରଙ୍କୁ ସୁପାରିଶ କରାଯିବ। ବିଶେଷଜ୍ଞଙ୍କର ବି ମତ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗରେ ଖାଲି ସୁଡ଼ଙ୍ଗ କି ଗୁପ୍ତ କୋଠରୀ ନୁହେଁ, ଚଟଣା ତଳେ ଏବଂ କାନ୍ଥରେ ଥିବା ଯେକୌଣସି ଧାତୁର ସନ୍ଧାନ ମିଳିବାରେ କିଛି ବି ସମସ୍ୟା ହେବନି।

ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଯେ ଲେଜର ସ୍କାନିଂ ହେଉ ବା ଜିପିଆରଏସ୍। ଏହା ପରେ ହିଁ ମରାମତି ଆରମ୍ଭ ହେବ। ଏହାବାଦ୍ ଭିତର ଓ ବାହାର ରତ୍ନଭଣ୍ଡାରରେ କେଉଁ କେଉଁ କାମର ଆବଶ୍ୟକତା ରହୁଛି ତାହା ବି ଗରୁତ୍ୱପୂର୍ଣ୍ଣ। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ଅନୁଯାୟୀ, ଭିତର ଭଣ୍ଡାରରେ କାନ୍ଥ ଅବସ୍ଥା ଏତେ ଖରାପ ନଥିଲେ ବି ଛାତ ସ୍ଥିତି ଭଲ ନାହିଁ। ତେଣୁ ଏଏସ୍ଆଇକୁ କାର୍ଯ୍ୟ ହସ୍ତାନ୍ତର ପରେ ସେଠାରେ କଣ କାମର ଆବଶ୍ୟକତା ରହୁଛି, ଏଥିପାଇଁ କେଉଁ ଧରଣର କାର୍ଯ୍ୟ, ଶ୍ରମବଳ ଓ ଯାନ୍ତ୍ରିକ ବଳର ଆବଶ୍ୟକତା ରହୁଛି, କେତେ ଦିନ ଲାଗିବ ତାହା ବି କାହାରିକୁ ଜଣା ନାହିଁ।

Advertisment

ପୂର୍ବରୁ ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି ଏଏସଆଇ ଟିମ୍ ସ୍ଥିତି ଯାଞ୍ଚ କରି ଏ ବାବଦରେ ଜଣାଇଲେ ଶ୍ରୀମନ୍ଦିର ପରିଚାଳନା କମିଟି, ଉଚ୍ଚସ୍ତରୀୟ ତଦାରଖ କମିଟି ଓ ସରକାରଙ୍କ ସ୍ତରରେ ଆଲୋଚନା ହୋଇ ପ୍ରଥମେ ଏସଓପି ନିର୍ଦ୍ଧାରଣ ହେବ। ତେଣୁ ବାକିଥିବା ଏତେ ସବୁ ଆନୁସଙ୍ଗିକତା ପାଇଁ ମରାମତି କାମ ସରିବାକୁ ବେଶ୍ ସମୟ ଲାଗି ପାରେ ବୋଲି କୁହାଯାଉଛି।

ମରାମତି ସରିଲା ପରେ ହିଁ ହେବ ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ ହୋଇଥିବା ରତ୍ନ ଅଳଙ୍କାରର ଗଣତି ଓ ମଣତି। ତେଣୁ ଗୁପ୍ତ ଭଣ୍ଡାରର ରହସ୍ୟ ଉନ୍ମୋଚନ ସହ ମରାମତି ଉପରେ ଏବେ ଓଡ଼ିଶାବାସୀଙ୍କ ନଜର।

Advertisment
Srimandir Lord Jagannath Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ