Advertisment

ପ୍ରାଇଭେଟ୍ ବିମାନରେ ରତ୍ନଭଣ୍ଡାରରୁ ସୁନା ଚାଲାଣ ! ଚର୍ଚ୍ଚା ବଢ଼ାଇଲା ତଥାଗତଙ୍କ ପୋଷ୍ଟ

ରତ୍ନଭଣ୍ଡାରରୁ ସୁନା ଚାଲାଣ ! ବିମାନ ବନ୍ଦରରୁ ଜବତ ସୁନା ପୁରୀ ରତ୍ନଭଣ୍ଡାରରୁ ଚାଲାଣ ହେଉଥିଲା ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ତଥାଗତ ।

ଅଦ୍ୟତନ ହୋଇଛି
Ratnabhandar

Ratnabhandar

Advertisment

ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଓ ରୂପା ଜବତ ପ୍ରସଙ୍ଗ । ଜବତ ସୁନାକୁ ନେଇ ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋର ଧରିଲା ଚର୍ଚ୍ଚା । ଜବତ ସୁନା ପୁରୀ ରତ୍ନଭଣ୍ଡାରରୁ ଏକ ପ୍ରାଇଭେଟ ବିମାନରେ ଚାଲାଣ ହେଉଥିଲା ବୋଲି କଟାକ୍ଷ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ତଥାଗତ । ତେବେ ଏନେଇ ତଥାଗତଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment

ଗତକାଲି ଏକ ଲଜିଷ୍ଟିକ ଭ୍ୟାନରୁ ୫୦ କେଜି ସୁନା ସହ ୮୦ କିଲୋର ରୁପା ଜବତ ହୋଇଥିଲା । ଜବତ ୬୦କୋଟିର ସୁନା ୨୦ଟି ସୁନା ଦୋକାନକୁ ଯାଉଥିବା ସୂଚନା ମିଳିଛି । ସୁନା ରୁପା ଗହଣା ନେଇ ଖୋଳତାଡ ବେଳେ ଜଣାପଡ଼ିଛି ଯେତିକି ପରିମାଣର ଗହଣା ଆସୁଥିଲା ସଠିକ୍ ଭାବେ ଟିକସ ଦିଆଯାଇନାହିଁ । ଯାହାକୁ ନେଇ ଖୋଳତାଡ ଚାଲିଛି । 

Ratna Bhandar Tathagata Satpathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ