Advertisment

ବଢ଼ିବାରେ ଲାଗିଛି ବନ୍ୟା ବିତ୍ପାତ; ୩ ଦିନ ଧରି କାହା ଘରେ ଜଳିନି ଚୁଲି...

ପଟ୍ଟାମୁଣ୍ଡାଇ, ଆଳି ବ୍ଳକ ବିଶେଷ ଭାବେ ଅଧିକ ପ୍ରଭାବିତ ହୋଇଛି। ଗଲା ୩ ଦିନ ଧରି କାହା ଘରେ ଚୁଲି ଜଳିନି। ଆଣ୍ଠୁଏ ଉଚ୍ଚ ପାଣିରେ ଲୋକେ ଯାଆସ କରୁଛନ୍ତି।

Floods Leave Kendrapara Villagers

Floods Leave Kendrapara Villagers

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ଧିରେ ଧିରେ ବଢ଼ିବାରେ ଲାଗିଛି ବନ୍ୟା ବିତ୍ପାତ। ପଟ୍ଟାମୁଣ୍ଡାଇ, ଆଳି ବ୍ଳକ ବିଶେଷ ଭାବେ ଅଧିକ ପ୍ରଭାବିତ ହୋଇଛି। ଗଲା ୩ ଦିନ ଧରି କାହା ଘରେ ଚୁଲି ଜଳିନି। ଆଣ୍ଠୁଏ ଉଚ୍ଚ ପାଣିରେ ଲୋକେ ଯାଆସ କରୁଛନ୍ତି। ପାଣିର ସୁଅ ବଢ଼ିବା ସହ ଲୋକଙ୍କ ଚିନ୍ତା ବି ବଢ଼ିବାରେ ଲାଗିଛି। ଏସବୁ ଭିତରେ କୁମ୍ଭୀର ଭଡ଼ ବଢ଼ି ଯାଇଛି। ଗାଁ ଗାଁରେ ଏବେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ପ୍ରବୀର ନାୟକ।

Advertisment

ଏପଟେ ଗାଁରେ ବନ୍ୟାଜଳ ପଶିବା ପରେ, ବର୍ଦ୍ଧିତ ସାମ୍ରାଜ୍ୟର ନିରୀକ୍ଷଣ କରୁଛନ୍ତି ମଗର ମହାରାଜ। କେତେବେଳେ ଟହଲ ମାରୁଛନ୍ତି, ପୁଣି କେତେବେଳେ ଶିକାର ଖୋଜୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଚଉଦକୁଲାଟ ଅଞ୍ଚଳ। ବ୍ରାହ୍ମଣୀରେ ବଢ଼ି ଆସିବା ପରେ, ଘାଗରା, ଅଳପୁଆ, ବଲୁରିଆ, ପେଣ୍ଠପାଳ, କୂଳସାହି ଆଦି ଗାଁ ଗାଁରେ କୁମ୍ଭୀର ଆତଙ୍କ।

କେନ୍ଦ୍ରାପଡ଼ାର ଅନେକ ଅଞ୍ଚଳରେ ବନ୍ୟା ବେଳେ ଡବଲ୍ କଷ୍ଟ। କଥାରେ ନାହିଁ, ପାଣିରେ ଘର କରି କୁମ୍ଭୀର ସାଙ୍ଗେ ବାଦ। ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀ କୂଳ ଲଂଘିବା ପରେ ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ବାସୀଙ୍କର ଏବେ ସେଇ ଅବସ୍ଥା। ଖାଲି କୁମ୍ଭୀର ନୁହେଁ, ସାପ, ବିଛା ଆଦି ସରିସୃପ, ତା ସାଙ୍ଗକୁ ଶିଆଳ-ବିଲୁଆ। ଜମି ବାଡ଼ି, ବଣବୁଦା ଚାରିଆଡ଼େ ପାଣି ଭରିଯାଇଥିବାରୁ, ଉଚ୍ଚା ଜାଗାକୁ ଆଶ୍ରୟ ପାଇଁ ପଳାଇ ଆସୁଛନ୍ତି ଜନ୍ତୁଜୁନ୍ତା। ଘରେ ପଶିଯିବା ଭୟରେ ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ତେଣୁ ସଞ୍ଜ ନଇଁଲେ ଟର୍ଚ୍ଚ ଓ ଠେଙ୍ଗା ଧରି ବିଭିନ୍ନ ସ୍ଥାନରେ ପହରା ଦେଉଛନ୍ତି ଲୋକେ।

Advertisment

ଯେଉଁଠି ରାସ୍ତାରେ ପାଣି...ଶୋଇବା ଘରରେ ପାଣି...ଚୁଲି ମୁଣ୍ଡରେ ପାଣି...ଗୁହାଳ ଭିତରେ ପାଣି...। ସେଠି ଲୋକମାନେ କେତେ ଯେ ହୀନସ୍ତା ହେଉଥିବେ, ତାର କଳନା କେବଳ ବନ୍ୟା ପୀଡ଼ିତ ଲୋକ ହିଁ ଜାଣିବେ। ଆଳିର ଧୋୟା ଅଞ୍ଚଳ, ପାଖାପାଖି ୧୦ଟି ପଞ୍ଚାୟତ। କାହା ଘରେ ଚୁଲି ଜଳୁନି, ତ ଆଉ କିଏ ଅନ୍ଧାର ରାତିରେ ଉଚ୍ଚ ଜାଗା ଦେଇ ଆଶ୍ରୟ ନେଇଛି ଗୃହପାଳିତ ପଶୁଙ୍କ ସହ।

Kendrapara Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ