Advertisment

ଖୁବଶୀଘ୍ର ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି, ଆଜିଠୁ ରାଜ୍ୟରେ ଗଡ଼ିଲା ସଚେତନତା ରଥ

ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ମହିଳାଙ୍କ ଆକାଉଣ୍ଟଙ୍କୁ ଯିବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା । ତାପୂର୍ବରୁ ଆଜିଠୁ ରାଜ୍ୟରେ ଗଡ଼ିଛି ସଚେତନତା ରଥ।

ଅଦ୍ୟତନ ହୋଇଛି
undefined

Subhadra Yojana Awareness Rath

Advertisment

ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ମହିଳାଙ୍କ ଆକାଉଣ୍ଟଙ୍କୁ ଯିବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା । ଏଥିପାଇଁ ତାପୂର୍ବରୁ ଆଜିଠୁ ରାଜ୍ୟରେ ଗଡ଼ିଛି ସଚେତନତା ରଥ। ଘରେ ଘରେ ସୁଭଦ୍ରା । ଗାଁ ଗାଁ ସହର ସହର ବୁଲିବ ସଚେତନତା ରଥ।  ଭୁବନେଶ୍ୱର ଗାନ୍ଧିମାର୍ଗରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପତାକା ଦେଖାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ ।

Advertisment

ଯୋଜନା ବାବଦରେ ମହିଳାଙ୍କୁ ସଚେତନ କରିବାକୁ ରାଜ୍ୟର ପ୍ରତିଟି ଅଞ୍ଚଳରେ ସଚେତନତା ରଥ ବୁଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଶୀଘ୍ର ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାର ସମୟ ସୀମା ନାହିଁ, ଶେଷ ହିତାଧିକାରୀ ଯାଏଁ ପଞ୍ଜୀକରଣ ଚାଲିବ । ତେବେ ଉଦଘାଟନୀ ଉତ୍ସବରେ ଥିବା ମେୟର ସୁଲୋଚନା ଦାସ କାର୍ଯ୍ୟକ୍ରମ ଶେଷରେ କିନ୍ତୁ ଯୋଜନା ଉପରେ ବର୍ଷିଛନ୍ତି । କହିଛନ୍ତି ୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭୀରଶୀଳ ହେବା ସମ୍ଭବ ନୁହେଁ। ଯାହାର ଜବାବ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବରରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ସହ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ବି ଆଜିଠୁ ଗଡ଼ିଛି ସୁଭଦ୍ରା ସଚେତନତା ରଥ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆୟୋଜିତ ଉତ୍ସବରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇ ରଥର ଶୁଭାରମ୍ଭ କରିଛନ୍ତି । ଏସବୁ ଭିତରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ସବୁ ସ୍ତରରେ ସଜାଗ ରହିଛି ପ୍ରଶାସନ। ଏପରିକି ଫର୍ମ ବଣ୍ଟନରେ ଅବହେଳା ପାଇଁ ବାଲେଶ୍ୱର ବାଲିଆପାଳ ରେମୁ-୨ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀଙ୍କ ମାସକର ଦରମା ବନ୍ଦ କରି ଦେଇଛି ସ୍ଥାନୀୟ ଜିଲ୍ଲା ପ୍ରଶାସନ।

Advertisment

ଯୋଜନାରେ କେମିତି ସବୁ ଯୋଗ୍ୟ ମହିଳା ସାମିଲ ହେବେ, ଠକାମିରେ ପଡ଼ିବେ ନାହିଁ, କ'ଣ ସବୁ ଡକ୍ୟୁମେଣ୍ଟ ଦେଇ କିଭଳି ଏବଂ କେଉଁଠି ଆବେଦନ କରିବେ, ସେ ବାବଦରେ ସଚେତନ ବାର୍ତ୍ତା ଦେବ ଏ ରଥ। ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟ ସାରା ସଚେତନତା ରଥ ବୁଲିବା ପରେ 
୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଯୋଜନାର ଶୁଭାରମ୍ଭ କରିବେ।

Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ