Advertisment

ଭିକେ ପାଣ୍ଡିଆନଙ୍କ ନାଁରେ ଏତଲା, ଜାଣନ୍ତୁ କ’ଣ ରହିଛି ଅଭିଯୋଗ

ଆଇନଜୀବୀ ସୁଧିର ଚରଣ ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।

ଅଦ୍ୟତନ ହୋଇଛି
FIR Lodged Against VK Pandian In Capital Police Station

VK Pandian

Advertisment

କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନଙ୍କ ନାଁରେ ଏତଲା । ଆଇନଜୀବୀ ସୁଧୀର ଚରଣ ମହାନ୍ତିଙ୍କ ଏତଲା ଦେଇଛନ୍ତି । ଅର୍ଥ ତୋଷରପାତ, ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ଏତଲା ଦିଆଯାଇଛି । ଖଣି ମାଫିଆଙ୍କ ଠାରୁ କୋଟି କୋଟି ଟଙ୍କା ଉତ୍କୋଚ ନେବା ଅଭିଯୋଗ କରିଛନ୍ତି । ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଆଦି ଗୁରୁତର ଅଭିଯୋଗ କରିଛନ୍ତି ସୁଧୀର ।

Advertisment

ସେହିପରି ହେଲିକପ୍ଟରରେ ଉଡ଼ି ରାଜକୋଷର ବ୍ୟାପକ କ୍ଷତି କରିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତିର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ଭିକେ ପାଣ୍ଡିଆନଙ୍କୁ ନେଇ କିଛିଦିନ ପୂର୍ବେ ବଡ଼ ବୟାନ ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଥିଲେ, ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍‌ ନିର୍ମାଣ ହେଉଥିଲା, ଏହାକୁ ନିର୍ମାଣ କରିବାକୁ କିଏ କିଏ ଅନୁମତି ଦେଇଥିଲା। କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲେ। ଜଣେ ସଚିବଙ୍କ ଗସ୍ତ ପାଇଁ କିଏ ଅନୁମତି ଦେଇଥିଲା ସବୁ କିଛିର ତଦନ୍ତ ହୋଇ ଖୁବ୍‌ଶୀଘ୍ର ଦଣ୍ଡ ବିଧାନର ବ୍ୟବସ୍ଥା ହେବ। ତେବେ ଏହାପୂର୍ବରୁ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବା ନେଇ କହିଥିଲେ ।

Advertisment

ସେପଟେ ପାଣ୍ଡିଆନ୍‌ଙ୍କ ହେଲିପ୍ୟାଡ୍ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ବାଉଁଶ ବ୍ୟାରିକେଡ୍ ଓ ସଭାସ୍ଥଳ ଖର୍ଚ୍ଚର ତ ହିସାବ ନାହିଁ । ଗୋଟିଏ ଗୋଟିଏ କାମକୁ ଦି-ତିନି ଜଣ ଠିକାଦାର, ତିନି ତିନି ଥର ଖର୍ଚ୍ଚ । କେଉଁଠି ହେଲିପ୍ୟାଡ୍ ପାଇଁ ବ୍ୟାରିକେଡ୍ ବନ୍ଧା ତ କେଉଁଠି ସଭାସ୍ଥଳ ନିର୍ମାଣ, କୋଟି କୋଟି ଟଙ୍କାର କାମ ହୋଇଛି । ବାରମ୍ବାର ବିଲ୍ ହୋଇଛି, ଏକାଧିକ ଠିକାଦାର କାମ କରିଛନ୍ତି । ଚକିତ କଲାଭଳି ଏହ ତଥ୍ୟ ମିଳିଥିଲା ଆରଟିଆଇରୁ । ଭାତ ହାଣ୍ଡିରୁ ଗୋଟିଏ ଭଳି ଇଏ ତା’ର ଏକ ତଥ୍ୟ ।

ସ୍ଥାନ- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ, ଚଣ୍ଡେଶ୍ବର ପଡିଆ । ୨୦୨୩, ୧୯ରୁ ୨୧ ଅଗଷ୍ଟ । ଠିକାଦାର ପୁଷ୍ପିତା ମଙ୍ଗରାଜ । ପ୍ରଥମେ ହେଲିପ୍ୟାଡ୍ ଓ ବ୍ୟାରିକେଡ୍ ନିର୍ମାଣ ପାଇଁ ୪ ଲକ୍ଷ ୨୨ ହଜାର ଖର୍ଚ୍ଚ । ପରେ ସେହି ସ୍ଥାନର ସଫାସୁତୁରା ପାଇଁ ୪ ଲକ୍ଷ ୨୩ ହଜାର ୪୯୦। ଜନଶୁଣାଣି ବାବଦରେ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ଟଙ୍କା ।

Advertisment

ସେହିପରି ଆଉ ଜଣେ ଠିକାଦାର ହେଉଛନ୍ତି ଜଗବନ୍ଧୁ ବିଶ୍ବାଳ । ସ୍ଥାନ- ଟାଙ୍ଗୀ, ନାଚୁଣୀ ହାଇସ୍କୁଲ ପଡ଼ିଆ । ସମାନ ତାରିଖରେ ଏଠି ବି ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ୪ ଲକ୍ଷ ୨୧ ହଜାର ୬୫୯ ଏବଂ ସଫାସୁତୁରା ବାବଦରେ ଖର୍ଚ୍ଚ ୪ ଲକ୍ଷ ୨୧ ହଜାର ୩୬୨ ଟଙ୍କା। ଏମିତି ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ଜନଶୁଣାଣି ପାଇଁ ଟାଙ୍ଗୀ ଭଳି ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ ତତକାଳୀନ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ହେଲିପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ସଫାସୁତୁରା ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଯାହାର ତଥ୍ୟ ଓ ପ୍ରମାଣ ମିଳିଛି ଆରିଟିଆଇରୁ ।

ସେହିପରି ସମ୍ବଲପୁରରେ ୨୦୨୩ରେ ୭ ଥର ଏବଂ ୨୦୨୪ରେ ୯ ଥର ଯାଇଛନ୍ତି । ହେଲିପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୦ ଲକ୍ଷ ୫୦ ହଜାର । ଅନୁଗୁଳରେ ୨୩-୨୪ରେ ପ୍ରାୟ ୫୬ ଲକ୍ଷ ୨୧ ହଜାର, ସୁନ୍ଦରଗଡ ଓ ରାଉରକେଲାରେ ପ୍ରାୟ ୧୭ ଲକ୍ଷ ୫୨ ହଜାର ଟଙ୍କା । ସୂଚନା ଅଧିକାର କର୍ମୀଙ୍କୁ କେବଳ ହାତ ଗଣତି କିଛି ଜିଲ୍ଲାରୁ ମିଳିଥିବା ଏ ହେଉଛି ତା’ର ପ୍ରମାଣ । ପୁରୀ, ମାଲକାନଗିରି, କେନ୍ଦ୍ରାପଡା ଓ ଅନ୍ୟ ଜିଲ୍ଲାର ଖର୍ଚ୍ଚ ବି ରହିଛି ।

VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ