DJ's' fight in Berhampur
ବ୍ରହ୍ମପୁର: ଚାଲିଛି ଡିଜେ ଲଢେଇ । ଶକ୍ତିଶାଳୀ ଦେଖେଇହେବାକୁ ଦୁଇ ଡିଜେ ଗାଡ଼ି ମଧ୍ୟରେ ଭୟଙ୍କର ପ୍ରତିଯୋଗିତା। ପରସ୍ପରକୁ ଧକ୍କା ଦେଇ ଚାଲିଲା ଶକ୍ତି ପରୀକ୍ଷା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ନିମଖଣ୍ଡି ତାନା ଫୁଲଟା ଗାଁରେ । ସୂଚନା ଅନୁସାରେ, ଗାଁର ଦୁଇ ସାହିରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ହେଉଥିଲା । ଦୁଇ ସାହି ଅଲଗା ଅଲଗା ଡିଜେ ଗାଡ଼ିରେ ଭସାଣ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ କାହା ଡିଜେ ଗାଡ଼ି ଅଧିକ ଶକ୍ତିଶାଳୀ ସେନେଇ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ପରେ ଉଭୟ ଡିଜେ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ ।
ବାରମ୍ବାର ଦୁଇ ଡିଜେ ଧକ୍କା ହେବା ଭଳି କାହାର ଲାଇଟ୍ ଭାଙ୍ଗୁଥିଲା ତ ଆଉ କାହାର ଡିଜେ କ୍ଷତିଗ୍ରସ୍ତ ହେଉଥିଲା। ଡିଜେ ଗାଡ଼ି ପାଖରେ ଥିବା ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥିଲା । ହେଲେ ସବୁକୁ ବେଖାତିର କରି ଚାଲିଥିଲା ଅଜବ ପ୍ରତିଯୋଗିତା । ପ୍ରଶ୍ନ ଉଠୁଛି- ଇଏ କି ପ୍ରକାରର ପ୍ରତିଯୋଗିତା ? ଗାଡ଼ି ପଛରେ ଥିବା ଲୋକଙ୍କର ଜୀବନ ସହ ଖେଳିବାକୁ କିଏ ଦେଲା ଅଧିକାର ? କୌଣସି ଅଘଟଣ ଘଟିଥିଲେ କିଏ ଦାୟୀ ହୋଇଥାନ୍ତା ?
ଦର୍ଶକବନ୍ଧୁ ଏଠାରେ କହିରଖୁଛୁ, ଏଭଳି ବିପଜ୍ଜନକ ପ୍ରତିଯୋଗିତାକୁ ଓଟିଭି ପ୍ରଶ୍ରୟ ଦିଏନି । କେବଳ ଖବର ପ୍ରସାରଣ ଉଦ୍ଦେଶ୍ୟରେ ଏହାକୁ ଆମେ ଦେଖାଉଛୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757232843.jpg)