Generations of Farmers Forsake Once Profitable Betel-leaf Cultivation Amid No Incentives
ଗଞ୍ଜାମ ପୋଲସରା ବ୍ଲକ ଖଣ୍ଡୁରୁ ଗାଁ । ଦିନେ ପାନ ଚାଷ ପାଇଁ ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିଲା । ହେଲେ ଆଜି ସ୍ଥିତି ଭିନ୍ନ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଲାଭଦାୟକ ଫସଲରୁ ମୁହଁ ଫେରାଉଛନ୍ତି ଚାଷୀ। ପିଢ଼ୀ ପରେ ପିଢ଼ୀ ପାନ ଚାଷ କରିଆସୁଥିବା ଚାଷୀ ଏବେ ଦାଦନ ମୁହାଁ l କାରଣ ସରକାରୀ ପ୍ରୋତ୍ସାହନ ଅଭାବ, ମାଙ୍କଡ଼ ଉପଦ୍ରବ ସାଙ୍ଗକୁ ଗୁଟ୍ଖାର ବହୁଳ ବ୍ୟବହାର ଚାଷୀକୁ ପାନ ଚାଷ କରିବାରୁ ଦୂରାଇ ଦେଇଛି l ଶତାଧିକ ପାନ ବରଜରୁ ଅଛି ମାତ୍ର ୭ରୁ ୧୦ଟି ପାନ ବରଜ। ଦିନେ ଗ୍ରାମର ଶତାଧିକ ପରିବାର ପାନ ବରଜ କରି ଗୁଜୁରାଣ ମେଣ୍ଟାଉଥିଲେ l ଉତ୍ପାଦିତ ପାନ ପତ୍ର ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଯାଉଥିଲା l ପାନର ଚାହିଦା ହ୍ରାସ ଯୋଗୁଁ ପାନ ଚାଷୀ ନିଜ କୁଳ ବେଉସା ଛାଡି ପରିବାର ପ୍ରତିପୋଷଣ ଲାଗି ଦାଦନ ମୁହାଁ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ l
ଅବନତିର କାରଣ
ସରକାରୀ ସହାୟତାର ଅଭାବ — ବିପୁଳ କ୍ଷତି ସତ୍ତ୍ୱେ କୌଣସି ପ୍ରୋତ୍ସାହନ କିମ୍ବା ଅଧିକାରୀଙ୍କ ସମ୍ପର୍କ ମିଳୁନାହିଁ।
ମାଙ୍କଡ଼ ଉପଦ୍ରବ — ପାନ ବରଜକୁ ନଷ୍ଟ କରିବାରୁ ଚାଷୀଙ୍କୁ ଅଧିକ ବୋଝ।
ଚାହିଦା କମିବା — ଗୁଟଖା ବ୍ୟବହାର ବଢ଼ିବାରୁ ପାନପତ୍ରର ବଜାର ସଙ୍କୁଚିତ।
ଜଳବାୟୁ ପରିବର୍ତ୍ତନ — ଅଦିନିଆ କାଳବୈଶାଖୀ ପାନ ବରଜକୁ ଭାଙ୍ଗିଦେଉଛି, କିନ୍ତୁ କୌଣସି କ୍ଷତିପୂରଣ ମିଳୁନାହିଁ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହୋଇଛି ପାନ ଚାଷ । ପ୍ରତିବର୍ଷ ଅଦିନିଆ କାଳବୈଶାଖୀ ତାଣ୍ଡବ ପାନ ବରଜକୁ ମୋଡି ଭାଙ୍ଗି ଦେଉଛି l ବ୍ୟାପକ କ୍ଷତି ସତ୍ତ୍ବେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିପାରୁନାହିଁ କି କୌଣସି ଅଧିକାରୀ ଦେଖିବାକୁ ଆସୁନାହାନ୍ତି l ପାନ ଚାଷୀଙ୍କୁ ବୋଝ ଉପରେ ଲଳିତା ବିଡା ସାଜିଛି ମାଙ୍କଡ଼ ଉପଦ୍ରବ l
ପାନଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡୁରୁ ଗ୍ରାମରୁ ଧୀରେ ଧୀରେ ପାନ ଚାଷ ବନ୍ଦ ହେବା ଘଟଣାକୁ ସରକାର ହୃଦବୋଧ କରି ଚାଷୀଙ୍କୁ ସହାୟତା କରିବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ l ଅନ୍ୟପଟେ ଅଞ୍ଚଳରେ ପାନ ଚାଷ ହେଉଥିବା ଉଦ୍ୟାନ କୃଷି ବିଭାଗ ପାଖରେ ଖବର ନଥିବା ଆଶ୍ଚର୍ଯ୍ୟର କଥା ହୋଇଥିବା ବେଳେ ଗଣମାଧ୍ୟମ ଠାରୁ ଖବର ପାଇ ଗ୍ରାମକୁ ଯାଇ ଚାଷୀଙ୍କ ସହ ଆଲୋଚନା କରାଯିବା ବୋଲି କହିଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755153064.jpg)