Advertisment

ବଢ଼ିଆଳ: ଚାଷୀ ବିକୁଚନ୍ତି ୨୦୦ରେ ଦୋକାନୀ ବିକୁଛି ୧୦୦୦ !

ରାଜ୍ୟ ତଥା ବାହାରକୁ ଯାଉଛି କୋରାପୁଟ ସୀତାଫଳ । ପ୍ରତିଦିନି ନାରାୟଣପାଟଣାରୁ ଯାଉଛି ଟ୍ରିପ୍ ଟ୍ରିପ୍ ସୀତାଫଳ ।

Fruit Farming

Fruit Farming

Advertisment

ଶୀତ ଋତୁ ଆସିବା ପୂର୍ବରୁ ମାର୍କେଟରେ ମିଳିଲାଣି ସୁଆଦିଆ ସୀତାଫଳ। କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ଉତ୍ପାଦିତ ସୀତାଫଳ ଏବେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି। ରାଜ୍ୟ ବାହାରକୁ ବି ଯାଉଛି ଟ୍ରିପ୍ ଟ୍ରିପ୍ ଆତ। କିନ୍ତୁ ଚାଷୀଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟ ମିଳୁ ନାହିଁ। କମ୍ ଦାମରେ କିଣି ବଜାରରେ ଅଧିକ ରେଟରେ ବିକି ମାଲାମାଲ ବ୍ୟବସାୟୀ। ମଣ୍ଡି ବ୍ୟବସ୍ଥା ପାଇଁ ଚାଷୀ ଦାବି କରିଛନ୍ତି।

Advertisment

ସାଗୁଆ ସାଗୁଆ ସୀତାଫଳ। ଦେଖିବାକୁ ଯେମିତି ସୁନ୍ଦର, ପାଟିକୁ ବି ସେମିତି ସୁଆଦିଆ। ଗୋଟିଏ ଦୁଇଟି ଖାଇଲେ ପେଟ୍ ଫୁଲ। ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ ଜିଲ୍ଲାରୁ ଅଧିକ ଉତ୍ପାଦିତ ହୋଇଥାଏ ସୀତାଫଳ। କେଉଁଠି ଆତ ତ ଆଉ କେଉଁଠି ଏହାକୁ କୁହାଯାଏ ବଢ଼ିଆଳ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଏହାର ଢେର ଚାହିଦା ରହିଛି। ଶୀତ ଋତୁ ପୂର୍ବରୁ ପ୍ରଚୁର ମାତ୍ରାରେ ସୀତାଫଳ ଉତ୍ପାଦନ ହେଉଛି। ଝୁଡିରେ ଭର୍ତ୍ତି କରି ରାଜ୍ୟ ତଥା ବାହାରକୁ ପଠାଇଥାନ୍ତି ଚାଷୀ। ୦ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ଓଡ଼ିଶାର ଭୁବନେଶ୍ୱର କଟକ ସମେତ ବିଭିନ୍ନ ସହରକୁ ଯାଉଛି କୋରାପୁଟର ସୀତାଫଳ।

ହେଲେ ସୀତାଫଳ ଚାଷୀଙ୍କ ଭାଗ୍ୟ କିନ୍ତୁ ଅନ୍ଧାରରେ। ଅଭିଯୋଗ ହେଉଛି, ଚାଷୀ ଉଚିତ ପ୍ରାପ୍ୟ ପାଉ ନାହାନ୍ତି। ଟ୍ରେ ପିଛା ୨ ଶହରୁ ୩ ଶହ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ଚାଷୀ। କିନ୍ତୁ ସହରକୁ ଗଲେ ଟ୍ରେ ପିଛା ଦର ରହୁଛି ୮ଶହରୁ ହଜାର ଟଙ୍କା। ଏଥିପାଇଁ ରାଜ୍ୟ ତଥା ବାହାରୁ ପ୍ରତିଦିନି ବ୍ୟବସାୟୀଙ୍କ ଗାଡ଼ି ଲାଗୁଛି। ଖୁଚୁରା ବ୍ୟବସାୟୀ ଓ ଡିଲର ଚଢ଼ା ଦାମରେ ବିକି ଲାଭ ପାଉଥିବା ବେଳେ ଉଚିତ ପ୍ରାପ୍ୟ ପାଉନି ଚାଷୀ। ସ୍ଥାନୀୟ ଅଞ୍ଚଳରେ ସରକାର ମଣ୍ଡି ବ୍ୟବସ୍ଥା କଲେ ସୀତାଫଳ ଚାଷୀ ଉପକୃତ ହୋଇ ପାରନ୍ତେ।

Advertisment
Farming Fruit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ